Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»57 ନମ୍ବର ଆକ୍ରାନ୍ତଙ୍କ ତଥ୍ୟରେ ପରିବର୍ତ୍ତନ କଲେ ସରକାର, ତଥ୍ୟକୁ ନେଇ ସୃଷ୍ଟି ହେଲା ଦ୍ବନ୍ଦ୍ବ
ଆଜିର ଖବର

57 ନମ୍ବର ଆକ୍ରାନ୍ତଙ୍କ ତଥ୍ୟରେ ପରିବର୍ତ୍ତନ କଲେ ସରକାର, ତଥ୍ୟକୁ ନେଇ ସୃଷ୍ଟି ହେଲା ଦ୍ବନ୍ଦ୍ବ

April 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ସହ ଦୃଢ ମୁକାବିଲା କରିବାରେ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ଚିହ୍ନଟ ହୋଇଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାର କରୋନା ଆକ୍ରାନ୍ତ ଯାତ୍ରା ବିବରଣୀର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରୁଛନ୍ତି। ଯେପରିକି କରୋନା ଚେନ୍‌କୁ ଭାଙ୍ଗିବାରେ ଆମେ ସଫଳ ହୋଇପାରିବା। ଆଜି ରାଜ୍ୟ ସରକାର ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରିଛନ୍ତି। ତେବେ ଏହି ଯାତ୍ରା ବିବରଣୀକୁ ନେଇ ଏବେ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟ ସରକାର 57 ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଏବେ ତଥ୍ୟରେ ପରିବର୍ତ୍ତନ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ପରିବର୍ତ୍ତନ କରାଯାଇଛି।

ପ୍ରଥମରୁ ଜାରି ହୋଇଥିବା ସୂଚନାରେ ଆକ୍ରାନ୍ତ ଜଣକ ହାଟ, ବଜାର ବୁଲିବା ସହିତ ଗଣେଶ ମଣ୍ଡପ, ପରିବା ଦୋକାନ, ରିଲାଏନ୍ସ ଫ୍ରେସ୍‌ ମଧ୍ୟ ଯାଇଥିଲେ ବୋଲି ସୂଚନା ଦିଆଯାଇଥିଲା।କିନ୍ତୁ କିଛି ସମୟ ପରେ ଅପଲୋଡ୍‌ ଡାଟାରେ ହାଟ ବଜାର ବୁଲିବା ତଥ୍ୟ ଗାଏବ ରହିଛି।

ସୂଚନାଯୋଗ୍ୟ, ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ। ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟରେ ଅବସ୍ଥାନ କରିଥିଲେ। ଗଣେଷ ମଣ୍ଡପ ପରିବା ଦୋକାନ ଏବଂ ଓଭରବ୍ରିଜ୍‌ ନିକଟସ୍ଥ ରିଲାଏନ୍ସ ଫ୍ରେଶ୍‌ ଯାଇଥିବା ଜଣାପଡିଛି। ଏହି ତିନି ଆକ୍ରାନ୍ତ ଆକ୍ରାନ୍ତ ନମ୍ବର 7,8,22 ଏବଂ 39ଙ୍କ ସଂସ୍ପର୍ଶରେ ଆସିଥିଲେ।

57ନମ୍ବର ଆକ୍ରାନ୍ତ ଜଣକ କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ତାଙ୍କର ଯାତ୍ରା ବିବରଣୀକୁ ଦେଖି ପ୍ରଶ୍ନ ଉଠିଥିଲା। ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରୁ ତଥ୍ୟ ବଦଳାଇଥିବାର ଆଲୋଚନା ହେଉଛି। ତେବେ ପ୍ରକୃତ ସତ୍ୟଟି କ’ଣ ତା’ ନେଇ ଏବେ ସନ୍ଦେହ ଉଠୁଛି। ପ୍ରଥମରୁ ଦିଆଯାଇଥିବା ତଥ୍ୟକୁ ଯଦି ଆମେ ଗ୍ରହଣ କରିବା ତେବେ ତାହା ସରକାରଙ୍କୁ ଦ୍ବନ୍ଦ୍ବରେ ପକାଉଥିବାବେଳେ ଦ୍ବିତୀୟ ତଥ୍ୟଟି ଆମମାନଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଦେଶ ତଥା ରାଜ୍ୟର ସଂକଟ ସମୟରେ ସଠିକ୍‌ ତଥ୍ୟ ସହ ଉଚିତ୍‌ ପଦକ୍ଷେପ ନେବା ଆଜିର ସମୟରେ ବଡ ଆବଶ୍ୟକତା ହୋଇପଡିଛି।

କରୋନା ଅପଡେଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.