କରୋନା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଗୁରୁଦାୟିତ୍ବ

Published: Apr 15, 2020, 9:41 am IST

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ବଢୁଥିବାରୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜଧାନୀକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ବ ଦିଆଯାଇଛି । ଏହି କ୍ରମରେ ରଞ୍ଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍‌ ଦାୟିତ୍ବ ଦିଆଯାଇଥିବାବେଳେ ଏସ୍‌.କେ. ଲୋହାନୀ ଓ ଶାଶ୍ବତ ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ଜୋନ୍‌ ଦାୟିତ୍ବ ଦିଆଯାଇଛି । ସେହିପରି ଅଶୋକ ମୀନା ଓ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣ ପଶ୍ଚିମ ଜୋନ୍‌ ଦାୟିତ୍ବ ଦିଆଯାଇଛି । ଏହି ସମସ୍ତଙ୍କୁ କଣ୍ଟେନମେଣ୍ଟ ଦାୟିତ୍ବ ସହ ଭୁବନେଶ୍ବରରେ ରୋଗ ନ ବ୍ୟାପିବା ଦେଖିବେ ବୋଲି ଦାୟିତ୍ବ ଦିଆଯାଇଛି । ସମ୍ପୃକ୍ତ ଅଞ୍ଚଳର କଣ୍ଟାକ୍ଟ ଟ୍ରେସିଂ, ଘରକୁ ଘର ସର୍ଭେର ତନଖି କରିବେ । କଣ୍ଟେନମେଣ୍ଟ ଜୋନ୍‌କୁ ଜରୁରୀ ସାମଗ୍ରୀ ଯୋଗାଣ କଥା ମଧ୍ୟ ବୁଝିବେ ।

Related posts