ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଆଜିଠାରୁ ଦେଶରେ 19 ଦିନିଆ ଲକ୍ ଡାଉନ୍ କାର୍ଯ୍ୟକାରୀ ହେଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରିଛନ୍ତି । ମେ ତିନି ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ କାର୍ଯ୍ୟକାରୀ ହେବ । ଆଜି ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂତନ ଗାଇଡ ଲାଇନ୍ ଜାରି କରିଛି । ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ ସରକାର କ’ଣ ସବୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ମେ ତିନି ପର୍ଯ୍ୟନ୍ତ କ’ଣ କ’ଣ ବନ୍ଦ ରହିବ ।
- ରେଳ, ସଡକ, ବିମାନ ସେବା ସମେତ ସମସ୍ତ ପରିବହନ ମେ’ ତିନି ପର୍ଯ୍ୟନ୍ତ ବନ୍ଦ ରହିବ ।
- ସ୍କୁଲ, କଲେଜ, ଶୈକ୍ଷଣୀୟ ସଂସ୍ଥା ଆଦି ବନ୍ଦ ରହିବ ।
- ଘରୋଇ ଅଫିସ୍ ଓ କାରଖାନା ବନ୍ଦ ରହିବ ।
- ସମସ୍ତ ପ୍ରକାରର ପୂଜା ସ୍ଥଳ ଯେପରିକି ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଆଦି ବନ୍ଦ ରହିବ ।
- ସିନେମା ହଲ୍, ସପିଂ କମ୍ପ୍ଲେକସ୍, ମଲ୍, ଜିମ୍, ରେସ୍ତେରୋଁ ଆଦି ବନ୍ଦ ରହିବ ।
- ସମସ୍ତ ପ୍ରକାରର ସାର୍ବଜନିକ କାର୍ଯ୍ୟକ୍ରମ ତଥା ଆୟୋଜନ ମଧ୍ୟ ମେ’ ତିନି ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
- ଧାର୍ମିକ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗିବ ।
ସେହିପରି ମାସ୍କକୁ ବ୍ୟବହାର ସହ ମୁହଁକୁ ଘୋଡୋଇ ରଖିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ। ସେହିପରି ବସ୍ରେ ଯାତ୍ରୀ ପରିବହନ ମନା କରାଯାଇଥିବାବେଳେ ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ ରହିବ । ରାସ୍ତା ଉପରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନକୁ ଅଧିକ ଶକ୍ତ ରୂପେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି ।(ଏଜେନ୍ସି)