Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ କ’ଣ ସବୁ ଖୋଲା ରହିବ
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ କ’ଣ ସବୁ ଖୋଲା ରହିବ

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ ଜାରି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ମେ ତିନି ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ସରକାଣଙ୍କ ତରଫରୁ ଗାଇଡ୍‌ ଲାଇନ୍‌ ଜାରି ହୋଇଛି । ନୂତନ ଗାଇଡ୍‌ ଲାଇନ୍‌ରେ କିଛି ସେବାକୁ କଟକଣାରୁ ମୁକ୍ତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଲକ୍ ଡାଉନ୍‌ ସମୟରେ କଟକଣାରୁ କିଏ ସବୁ ବାଦ୍‌ ପଡିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ବେଶ୍‌ କଡାକଡି ଭାବେ ପାଳନ ହେବ । ଏପ୍ରିଲ୍‌ 20 ପରେ ଏହାର ମୂଲ୍ୟାଙ୍କନ କରାଯିବ । ଏହାର ସମୀକ୍ଷା ପରେ କିଛି କଟକଣାରୁ ବାଦ୍‌ ଦିଆଯିବ । ତେବେ ହଟସ୍ପଟ୍‌ ଅଞ୍ଚଳରେ ଏହି ସବୁ ରିହାତି ମିଳିବ ନାହିଁ।

ଲକ୍ ଡାଉନ୍‌ ସମୟରେ କୃଷିଜାତ ସମାଗ୍ରୀ, କୃଷି ଯନ୍ତ୍ରପାତି ମରାମତି ଦୋକାନ ଆଦି ଖୋଲା ରହିବ । ପେଟ୍ରୋଲ୍‌ ପମ୍ପ୍‌ ପାଖ ଏନ୍‌ଏଚ୍‌ରେ ମାଲ୍‌ବାହୀ ଗାଡି ମରାମତି  ଦୋକାନ ଖୋଲିବ। ମତ୍ସ୍ୟ କାରବାର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସ୍ବାଭାବିକ ରହିବ । ସେହିପରି ମନରେଗା କାର୍ଯ୍ୟ ଚାଲିବ, କିଛି ଶିଳ୍ପ ସହ ସହଜ ଜଡିତ କାର୍ଯ୍ୟ ଚାଲୁ ରହିବ ।

ସେହିପରି ଆଇଟି କମ୍ପାନୀଗୁଡିକ 50 ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ଅଫିସ୍‌ ଖୋଲିପାରିବେ ।

ସେହିପରି ଗ୍ରାମାଞ୍ଚଳରେ ସଡକ ଓ କୋଠା ନିର୍ମାଣ ପାଇଁ ଅନୁମତି ମିଳିଛି । ଏତଦ୍‌ବ୍ୟତୀତ ମୋଟର ମେକାନିକ୍‌ ଓ ବଢେଇଙ୍କୁ ମଧ୍ୟ କାମ କରିବାକୁ ଅନୁମତି ମିଳିଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡ଼ିସିନ୍‌ର ଉତ୍ପାଦନ ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିଛି । ଗ୍ରାମୀଣ ଅଞ୍ଚଳରେ ଶିଳ୍ପ କାର୍ଯ୍ୟ ଜାରି ରହିବ । କେବଲ ଟିଭି, ଡିଟିଏଚ୍‌, ଟେଲିଫୋନ୍ ସମେତ ଆବଶ୍ୟକ ସେବା ଜାରି ରହିବ ।

ସେହିପରି ଆବଶ୍ୟକୀୟ ସେବା ପାଇଁ ଅନୁମତି ମଧ୍ୟ ମିଳିଛି । ଆୟୁଷ ସମେତ ସମସ୍ତ ହସ୍ପିଟାଲ୍‌, କ୍ଲିନିକ୍‌ ଖୋଲା ରହିବ । ଏପିଏମସି ଦ୍ବାରା ପରିଚାଳିତ ସମସ୍ତ ମିଡିଆ. ପେଟ୍ରୋଲ୍‌ ପମ୍ପ୍‌ ଖୋଲା ରହିବ । କୋରିଅର୍‌ ସେବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ଏହି ସମୟରେ ବିଦ୍ୟୁତ ସରବରାହ ଜାରି ରହିବ, ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବ ସେହିପରି ଘରୋଇ ସିକ୍ୟୁରିଟି ସେବା ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ । ସରକାରୀ ତଥ୍ୟ ପ୍ରଦାନ ତଥା କଲ୍‌ ସେଣ୍ଟର କଟକଣାରୁ ବାଦ୍‌ ରହିବ । ନୂତନ ଗାଇଡ୍‌ ଲାଇନ୍‌ ହିସାବରେ ଇ କମର୍ସ କମ୍ପାନୀକୁ ମଧ୍ୟ ଅନୁମତି ମିଳିଛି । ସେହିପରି ଲକ୍‌ ଡାଉନ୍‌ରେ ଫସି ରହିଥିବା ଲୋକଙ୍କ ପାଇଁ ହୋଟେଲ୍‌ ଓ ଲଜ୍‌ ଖୋଲିବାର ମଧ୍ୟ ସୂଚନା ରହିଛି ।

ସେହିପରି ସମ୍ପ୍ରତି ରବି ଫସଲ ଅମଳ କରିବାର ସମୟ । ଲକ୍ ଡାଉନ୍‌ ଯୋଗୁଁ ଫସଲ ଅମଳ କରିବା ପାଇଁ ଶ୍ରମିକ ମିଳୁନଥିବାରୁ ସରକାରଙ୍କ ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ କୃଷି କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଛି । (ଏଜେନ୍ସି)

2ndphaselockdown
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026

ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

February 22, 2026

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

February 22, 2026
Latest News

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026

ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

February 22, 2026

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

February 22, 2026

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.