
ପୁରୀ : ଲକ୍ ଡାଉନ୍ ପାଇଁ ଆର୍ଥିକ ସ୍ଥିତି ବିଗିଡି ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଆର୍ଥିକ ସହାୟତା । ପ୍ରତି ସେବାୟତ ପରିବାରକୁ ମିଳିବ 5 ହଜାରଟଙ୍କା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା । ସେବାୟତ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର୍ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି ।
ଲକ୍ ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ମନ୍ଦିର ଆସୁନଥିବାରୁ ଏହାର ସିଧା ପ୍ରଭାବ ସେବାୟତଙ୍କ ଉପରେ ପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
Tags: purishreemandir