Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସି.ଏସ.ଆଇ.ଆର ବିକଶିତ କଲା କୋଭିଡ ଯୋଦ୍ଧାଙ୍କ ପାଇଁ ପଲିପ୍ରପଲିନ ସ୍ପନର ସ୍ବତନ୍ତ୍ର ସୁରକ୍ଷା କଭରାଲ ସୁଟ
ଆଜିର ଖବର

ସି.ଏସ.ଆଇ.ଆର ବିକଶିତ କଲା କୋଭିଡ ଯୋଦ୍ଧାଙ୍କ ପାଇଁ ପଲିପ୍ରପଲିନ ସ୍ପନର ସ୍ବତନ୍ତ୍ର ସୁରକ୍ଷା କଭରାଲ ସୁଟ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ, ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛି। ଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା ପରିବର୍ତ୍ତେ ପଲିପ୍ରପଲିନ ସ୍ପନରେ ଏକାଧିକ ବିଶିଷ୍ଟ କୃତ୍ରିମ ବସ୍ତ୍ର ବ୍ୟବହାର କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଏହାକୁ ପରିଧାନ କଲେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ।

ସିଏସଆଇଆର-ଏନଏଏଲର ଡକ୍ଟର ହରିଶ ସି ବରଶିଳିଆ, ଡ.ହେମନ୍ତ କୁମାର ଶୁକ୍ଳା ଏବଂ ଏମଏଏଫ ଏମ ଜେ ବିଜୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ ସ୍ଵଦେଶୀ ଜ୍ଞାନକୌଶଳ ଉପଯୋଗ କରି ଏଭଳି ଏକ ସୁରକ୍ଷା ପୋଷାକ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଖୁବ କମ ଦିନରେ ସେମାନଙ୍କୁ ଏହି ସଫଳତା ମିଳିଛି। ଏହି ସୁଟକୁ କୋଏମ୍ବାଟୁରସ୍ଥିତ ‘ସିଟ୍ରା’ ପରୀକ୍ଷାଗାରରେ ତନ୍ନତନ୍ନ କରି ପରୀକ୍ଷା କରାଯିବା ପରେ ଏହା ବ୍ୟବହାର ପାଇଁ ନିରାପଦ ବୋଲି ସୁପାରିଶ କରାଯାଇଛି । ଚାରି ସପ୍ତାହ ମଧ୍ୟରେ ଏଭଳି 30 ହଜାର ସୁରକ୍ଷା ସୁଟ ଉତ୍ପାଦନ କରିବାକୁ ସିଏସଆଇଆର-ଏନଏଏଲ ଏବଂ ଏମଏଏଫ ପକ୍ଷରୁ ଚୂଡାନ୍ତ ହୋଇଛି।

ସିଏସଆଇଆର-ଏନଏଏଲର ନିର୍ଦ୍ଦେଶକ ଜେ ଜାଦବ କହିଛନ୍ତି ଯେ, ଏହି ସୁରକ୍ଷା ସୁଟର ଉତ୍ପାଦନ ଖର୍ଚ୍ଚ କମ। ମାନ ଓ ଗୁଣ ଦୃଷ୍ଟିରୁ ଏହା ମଧ୍ୟ ବିଦେଶରୁ ଆସୁଥିବା ସୁଟଠାରୁ ଅଧିକ ନିରାପଦ ଓ ବିଶ୍ୱସନୀୟ । ଏହାକୁ ବ୍ୟବହାର କରିବା ପାଇଁ ସରକାରୀ ଅନୁମୋଦନ ମିଳିଥିବାରୁ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଶେଷ ସହାୟକ ହେବ।

ppe
Share. Facebook Twitter LinkedIn Email WhatsApp Copy Link

Related Posts

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026
Latest News

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.