
ନୂଆଦିଲ୍ଲୀ: ଦିଲ୍ଲୀର ଜହାଙ୍ଗୀରପୁରର ଏକ କଣ୍ଟେନମେଣ୍ଟ ଜୋନ୍ରେ ଏକ ପରିବାରର 26ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ହୋଇଥିବାର ସୂଚନା ମିଳିଛି। 26 ଜଣଙ୍କ ମଧ୍ୟରେ ଦୁଇଟି ସ୍ତ୍ରୀ, ଜଣେ ସ୍ବାମୀ, 12ଟି ଝିଅ ଓ 7ଟି ପୁଅ ରହିଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ 71ଟି କଣ୍ଟନମେଣ୍ଟ ଜୋନ୍ର ଚିହ୍ନଟ କରାଯାଇଛି। ଏହି ଅଞ୍ଚଳର କିଛି ଲୋକେ ନିୟମ ପାଳନ ନ କରି ଘରୁ ବାହାରୁଥିବାର ଜଣାପଡିଛି। ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ ଦିଲ୍ଲୀରୁ ହିଁ ଚିହ୍ନଟ ହୋଇଛନ୍ତି। ଏଠାରେ 1700ରୁ ଅଧିକ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)