ଗଙ୍ଗାସଫେଇ ଓ ଜାତୀୟ ରାଜପଥ ନିର୍ମାଣକୁ ନେଇ ମୋଦିଙ୍କ ପ୍ରଶଂସା କଲେ ଚିଦାମ୍ବରମ୍‌

Published: Mar 3, 2019, 1:42 pm IST

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଙ୍ଗା ସଫେଇ, ଜାତୀୟ ରାଜପଥ ନିର୍ମାଣ ଏବଂ ଆଧାର କାର୍ଡ ଆଦି ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି ।  ଚିଦାମ୍ବରମ କହିଛନ୍ତି ଯେ, ମୋଦୀଙ୍କ ପ୍ରୟାସରେ ଗଙ୍ଗାନଦୀର ସଫେଇ ହୋଇପାରିଛି । ଯାହାକୁ ନେଇ ଗର୍ବ ଅନୁଭବ ହେଉଛି । ପ୍ରତ୍ୟେକ ସରକାର ଏପରି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ଲାଭକାରୀ ହୋଇଥାଏ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ରାଜପଥ ନିର୍ମାଣ କାର୍ଯ୍ୟକ୍ରମ ଉଲ୍ଲେଖନୀୟ । ଏନଡିଏ ସରକାର କଂଗ୍ରେସ ସରକାରଠାରୁ ପ୍ରତିଦିନ ଅଧିକ ରାସ୍ତା ନିର୍ମାଣ କରୁଛନ୍ତି । ଆଗାମୀ ସରକାର ମଧ୍ୟ ଆହୁରି ଅଧିକ କାମ କରିବେ । ବର୍ତ୍ତମାନର ଏନଡିଏ ସରକାର ଆଧାରକୁ ନେଇ ପ୍ରଶଂସାଯୋଗ୍ୟ । ଗଙ୍ଗାସଫେଇକୁ ନେଇ ଏକ ଭିନ୍ନ ମନ୍ତ୍ରାଳୟ ଗଠନ କରିଛନ୍ତି କେନ୍ଦ୍ରସରକାର । ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ୍‌କରୀ ୧୩ ମାସ ଭିତରେ ଗଙ୍ଗାନଦୀ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ହେବ ବୋଲି ବୟାନ ଦେଇଛନ୍ତି ।

 

Related posts