89 ବର୍ଷ ବୟସରେ ମୃତ୍ୟୁବରଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ୍‌

Published: Apr 20, 2020, 12:41 pm IST

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଆଜି 89 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀର ଏମ୍‌ସରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ଅବସ୍ଥା ବେଶ୍‌ ଗମ୍ଭୀର ଥିଲା। ଗତ କିଛି ଦିନ ହେବ ଭେଣ୍ଟିଲେଟରେ ରହିଥିବାବେଳେ ଆଜି ସକାଳ 10ଟା 40 ମିନିଟ୍‌ରେ  ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର କିଡନୀ ଓ ଲିଭର୍‌ ସମସ୍ୟା ରହିଥିବାବେଳେ ମାର୍ଚ୍ଚ 13 ତାରିଖରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ପିତାଙ୍କ ମୃତ୍ୟ ସୂଚନା ପାଇବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକଟକୁ ନେଇ ଗଠିତ ହୋଇଥିବା ଟିମ୍‌ -11 ସହ ମିଟିଂରେ ବ୍ୟସ୍ତ ରହିଥିଲେ। ଖବର ମିଳିବା ପରେ ମଧ୍ୟ ମିଟିଂକୁ ଅଧାରୁ ବନ୍ଦ କରାଯାଇନଥିବାର ସୂଚନା ରହିଛି। ତେବେ ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ କୌଣସି ସୂଚନା ମିଳିପାରିନାହିଁ।(ଏଜେନ୍ସି)

Related posts