ଚାରି ରାଜ୍ୟକୁ ପଠାଗଲା ଇଣ୍ଟର ମିନିଷ୍ଟରିଆଲ୍‌ ଗ୍ରୁପ୍‌

Published: Apr 20, 2020, 8:21 pm IST

ନୂଆଦିଲ୍ଲୀ : ଚାରି ରାଜ୍ୟକୁ ପଠାଗଲା ଇଣ୍ଟର ମିନିଷ୍ଟରିଆଲ୍‌ ସ୍ବତନ୍ତ୍ର କମିଟି ।  ଏନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସୂଚନା ଦେଇଛନ୍ତି । 4ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍‌ ଡାଉନ୍‌ ଠିକ୍‌ ଭାବେ ପାଳନ ହେଉନି। ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋରେ ଠିକ୍‌ ପାଳନ ହେଉନି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ପାଳନ ହେଉନି, ସ୍ଥିତି ଗମ୍ଭୀର ହୋଇଛି। ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ହୋଇଛି । ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ରହିଛି । ମେଦିନିପୁର ଇଷ୍ଟ, ଦାର୍ଜିଲିଂ, ଜଲପାଇଗୁଡି ଓ କାଲିଂପଙ୍ଗ୍‌ରେ ସ୍ଥିତି ଗମ୍ଭୀର । ସେଠାକାର ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟର ମିନିଷ୍ଟରିଆଲ୍‌ ଗ୍ରୁପ୍‌ ପଠାଯାଇଛି ।

Related posts