
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭିଡ ହିଂସା ବଢି ଚାଲିଥିବା ବେଳେ ଏହ ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ଏକ ମୁସ୍ଲିମ୍ ସଙ୍ଗଠନ । ମୁସଲିମ୍ ସଙ୍ଗଠନ ଅଲ ଇଣ୍ଡିଆ ମୁସଲିମ୍ ମଜଲିସ୍ ଏ ମୁଶାଓ୍ବରା ପକ୍ଷରୁ ମୋଦିଙ୍କୁ ଏହି ଅନୁରୋଧ କରାଯାଇଛି । ବର୍ତ୍ତମାନ ଭିଡ ହିଂସା ଦେଶର ପରମ୍ପରା ସଦୃଶ ହୋଇଯାଇଛି ଏବଂ ଏହାକୁ ସଂଖ୍ୟାଲଘୁଙ୍କ ବିରୋଧରେ କରାଯାଉଛି ଅଥବା ଦାୟୀ କରାଯାଉଛି । ଗତ 16 ତାରିଖରେ ପାଲଗଡରେ ଘଟିଥିବା ହିଂସା ପାଇଁ ମଧ୍ୟ ମୁସଲିମଙ୍କୁ ଦାୟୀ କରାଯାଇଥିଲା । ତେଣୁ ଲିଞ୍ଚିଂ ବିରୋଧରେ ଦୃଢ ନିୟମ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଅଲ ଇଣ୍ଡିଆ ମୁସଲିମ୍ ମଜଲିସ୍ ଏ ମୁଶାଓ୍ବରାର ସଭାପତି ନାଭେଦ୍ ହମିଦ୍ । (ଏଜେନ୍ସି)