Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»61 ରୁ 66 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି: 62ରୁ 66 ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ୍‌
ଆଜିର ଖବର

61 ରୁ 66 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି: 62ରୁ 66 ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ୍‌

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା 6 ଜଣ କରୋନା ରୋଗୀଙ୍କ ଯାତ୍ରା ବିବରଣୀ ଜାରି ହୋଇଛି। ଆକ୍ରାନ୍ତ ନମ୍ବର 61ଠାରୁ66 ନମ୍ବର ଆକ୍ରାମନ୍ତଙ୍କ ଭ୍ରମଣ ଇତିହାସକୁ ଜାରି କରିଛି ରାଜ୍ୟ ଓପରିବାର କଲ୍ୟାଣ ବିଭାଗ।

61ନମ୍ବର ଆକ୍ରାନ୍ତ ଜଣକ 6ଟି ହସ୍ପିଟାଲ ବୁଲିବାର ସୂଚନା ରହିଛି। ବାଲେଶ୍ୱର ନେଳିଆବାଗର 58 ବର୍ଷୀୟ ବ୍ୟକ୍ତି ଜଣକ ମାର୍ଚ୍ଚ 14ରେ ଝାଡ଼ଖଣ୍ଡରୁ ଫେରିଥିବାବେଳେ ଏପ୍ରିଲ୍‌ 7 ତାରିଖରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ 13ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। 14ରୁ 16 ଯାଏଁ ଭୁବନେଶ୍ୱର କୋଭିଡ ହସ୍ପିଟାଲ୍‌ରେ ଥିଲେ। 16ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। 18ରେ ତାଙ୍କର ନମୁନା ପଜିଟିଭ ଆସିଥିଲା। ସେହିଦିନ କିମ୍ସ କୋଭିଡ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ।

ସେହିଭଳି 62 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ବାସୁଦେବପୁରର 57 ବର୍ଷୀୟ । ସେ କୋଲକାତାରୁ ଫେରି ଭଦ୍ରକ ବାସୁଦେବପୁର ପଦ୍ମପୁର ଆସିଥିଲେ। ମାର୍ଚ୍ଚ 28ରେ କୋଲକାତାରୁ ଅନ୍ୟ ତିନି ଜଣଙ୍କ ସହ ଏକ ଗାଡ଼ିରେ କୋଲକାତାରୁ ଫେରିଥିଲେ।  ସେହିଦିନଠୁ ଏପ୍ରିଲ 14ତାରିଖ ଯାଏ ସେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ପରେ ଏପ୍ରିଲ୍‌ 15ରୁ ଏପ୍ରିଲ୍‌ 19 ଯାଏଁ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ। 19 ତାରିଖ ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ସେହିଦିନ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା। 63 ନମ୍ବର ଆକ୍ରାନ୍ତ ଜଣକ ମଧ୍ୟ କୋଲକାତାରୁ ଭଦ୍ରକ ଜିଲା ବାସୁଦେବପୁରର ଖରିଡ଼ା ଗ୍ରାମକୁ ଫେରିଥିଲେ । ସେ ଏକ ଟ୍ରକ୍‌ ଯୋଗେ ଫେରିଥିବାବେଳେ 9ରୁ 14 ତାରିଖ ଯାଏଁ ହୋମ କ୍ବାରେଣ୍ଟାଇନ୍‌ରେ ଥିଲା। ପରେ 15ରୁ 19 ଯାଏଁ ସରକାରୀ କ୍ବାରେଣ୍ଟାଇନ୍‌ରେ ଥିଲେ । 19ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି 64 ନମ୍ବର କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଥିଲେ।  29ରୁ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। 19ରେ ରିପୋର୍ଟ ସଂଗ୍ରହ ପରେ ଏହା ପଜିଟିଭ୍ ଆସିଥିଲା।  ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳର ୬୫ ନମ୍ବର ବ୍ୟକ୍ତି ମଧ୍ୟ କୋଲକାତାରୁ ଭଣ୍ଡାରୀପୋଖରୀକୁ ଆସିଥିଲେ। 28ରୁ ଏପ୍ରିଲ୍‌ 14 ଯାଏ କ୍ୱାରେଣ୍ଟିନ୍‌ରେ ରହିବା ପରେ ଗତ19 ତାରିଖ ଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଏବେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସେହିପରି ୬୬ ନମ୍ବର ରୋଗୀ କୋଲକାତାରୁ ଫେରିଥିଲେ ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କଘର ଭଣ୍ଡାରିପୋଖରୀ କୁଶଗାଡ଼ିଆ ଗ୍ରାମରେ। କୋଲକାତାରୁ ଭଡାଗାଡିରେ ଅନ୍ୟ 6 ସହଯାତ୍ରୀଙ୍କ ସହ ଆସିଥିଲେ। 29ରୁ 14 ହୋମ କ୍ବାରେଣ୍ଟାଇନ୍‌ରେ ଥିବାବେଳେ 15ରୁ 19 ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ଲକ୍ଷଣ ନଥିବା ସତ୍ତ୍ବେ 20ରେ ପଜିଟିଭ୍‌ ଚିହ୍ନଟ ହେବା ପରେ କଟକସ୍ଥିତି ଅଶ୍ବିନ୍‌ କୋଭିଡ୍‌ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026
Latest News

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.