Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଗୁଜୁରାଟରେ, ଦେଶରେ ମୃତ୍ୟୁ ସଂଖ୍ୟା 680 ଡେଇଁଲା
ଆଜିର ଖବର

ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଗୁଜୁରାଟରେ, ଦେଶରେ ମୃତ୍ୟୁ ସଂଖ୍ୟା 680 ଡେଇଁଲା

April 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁଜୁରାଟ : କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ପରେ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି । ଗୁଜୁରାଟରେ ଏବେ ଦୁଇହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ଘଟିଛି ।

ଗୁଜୁରାଟରେ ଅହମ୍ମବାଦଠାରେ ଅଧିକ ରୋଗୀ ରହିଛନ୍ତି । ଏଠାରେ 1501 ଜଣ ରହିଥିବାବେଳେ ସୁରତରେ 415, ବଡଦୋରାରେ 208, ରାଜକୋଟରେ 41, ଭାବନଗରରେ 32, ଆଣନନ୍ଦରେ 30, ଭରୁଚରେ 24, ଗାନ୍ଧିନଗର-ଅମରାବଲୀରେ 17, ବାନାସକାଣ୍ଠାରେ 16 , ପାଟନାରେ 15, ନର୍ମଦା-ମହୀସାଗରରେ 12, ଛୋଟା ଉଦେପୁର-ପଞ୍ଚମହଲରେ 11, ବୋଟାଦାରେ 9, ମେହସାନାରେ 7, କଚ୍ଛରେ 6, ଦୋହାତରେ 4 ରହିଛନ୍ତି ।

ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନରେ 1935ଜଣ ସଂକ୍ରମିତ ରହିଥିବାବେଳେ 27ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 1629ଜଣ ସଂକ୍ରମିତ ହୋଇଥିବାବେଳେ 18ଜଣ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ 1587ଜଣ ସଂକ୍ରମିତ ହୋଇଥିବାବେଳେ 80ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ 1449 ଜଣ ସଂକ୍ରମିତ ହୋଇଥିବାବେଳେ 21ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 943ଜଣ ସଂକ୍ରମିତ ହୋଇଥିବାବେଳେ 24 ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ 24 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 813ଜଣ। ସେହିପରି କର୍ଣ୍ଣାଟକରେ 427ଜଣ ସଂକ୍ରମିତ ହୋଇଥିବାବେଳେ 17 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଜମ୍ମୁକାଶ୍ମୀରରେ 5 ଜଣ, ପଶ୍ଚିମବଙ୍ଗରେ 15 ଜଣ, ପଞ୍ଜାବରେ 16 ଜଣ, ହରିୟାଣାରେ 3 ଜଣ, ଝାଡଖଣ୍ଡରେ 4 ଜଣ, ହିମାଚଳ ପ୍ରଦେଶରେ 2 ଜଣ, ଆସାମ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 21 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 682କୁ ବୃଦ୍ଧି ପାଇଛି । (ଏଜେନ୍ସି)

corona gujurat
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.