ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମୁଁ ଯୋଗ୍ୟ ନୁହେଁ, କାଶ୍ମୀର ସମସ୍ୟାର ସମାଧାନ କରିବା ବ୍ୟକ୍ତି ହିଁ ଏହି ପୁରସ୍କାରର ଅସଲ ହକ୍‌ଦାର : ଇମ୍ରାନ୍‌ ଖାନ୍‌

Published: Mar 4, 2019, 12:14 pm IST

ପାକିସ୍ତାନ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ଦେବାର ପ୍ରସ୍ତାବକୁ ପେଶ୍‌ କରିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଏବେ ଏହି ବିଷୟରେ ଖୋଦ୍‌ ଇମ୍ରାନ୍‌ ମୁହଁ ଖୋଲିଛନ୍ତି । ଇମ୍ରାନ୍‌ ନୋବେଲ୍‌ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହଁନ୍ତି, ତାଙ୍କ ମତରେ କାଶ୍ମୀର ସମସ୍ୟାର ସମାଧାନ କରିପାରିବା ବ୍ୟକ୍ତିବିଶେଷଙ୍କୁ  ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବା ଦରକାର ବୋଲି ଏକ ଟ୍ବିଟ୍‌ କରିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେ୍ଖିଛନ୍ତି – ’ମୁଁ ନୋବେଲ୍‌ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହେଁ, ଏହାକୁ ପାଇବାର ଯୋଗ୍ୟ ଯିଏ ହେବେ, ସିଏ କାଶ୍ମିରୀବାସୀଙ୍କ ଇଚ୍ଛା ମୁତାବକ କାଶ୍ମୀର ବିବାଦର ସମାଧାନ କରି ଏହି ଉପ ମହାଦ୍ବୀପ୍‌ରେ ଶାନ୍ତି ଓ ମାନବ ବିକାଶର ମାର୍ଗକୁ ଆଗକୁ ନେଇପାରିବେ ।’ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତିରେ ଇମ୍ରାନ୍‌ ଖାନ୍‌ ଶାନ୍ତି ପାଇଁ ପ୍ରୟାସ କି ତତ୍ପରତା ଦେଖାଇବା ସହିତ ପାକିସ୍ତାନରେ ଫଶି ରହିଥିବା ଭାରତୀୟ ଓ୍ବିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ପଠାଇବା ପାଇଁ ସଂସଦରେ ଘୋଷଣା କରି ଇମ୍ରାନ୍‌ ଖାନ୍‌ ଶାନ୍ତି ପାଇଁ ପାଦ ବଢାଇଛନ୍ତି ଓ ଏଥିପାଇଁ ତାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ପାକିସ୍ତାନ ସଂସଦ ଦାବି କରିଥିଲା ।

Related posts