ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି

Published: Apr 24, 2020, 8:28 pm IST

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 23 ହଜାର 452ରେ ପହଞ୍ଚିଛି । ସେହିପରି 17 ହଜାର 915ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି 4814ଜଣ । ଗତ 24 ଘଣ୍ଟାରେ 1752ଟି ନୂତନ ମାମଲା ଆସିଥିବାବେଳେ 37ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 83, ଦିଲ୍ଲୀରେ 50, ଆନ୍ଧ୍ରରେ 29, ତେଲେଙ୍ଗାନାରେ 26, ଉତ୍ତରପ୍ରଦେଶରେ 24, ତାମିଲନାଡୁରେ 20, କର୍ଣ୍ଣାଟକରେ 18, ପଞ୍ଜାବରେ 16ଜଣଙ୍କର ମୃତ୍ୟୁ ହୋଇଛି ।

ଗତ 28 ଦିନ ମଧ୍ୟରେ 15ଟି ଜିଲ୍ଲାର କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଦେଶରେ 80ଟି ଜିଲ୍ଲାରେ ଗତ 14 ଦିନ ଧରି କୌଣସି ନୂତନ ମାମଲା ମଧ୍ୟ ଆସିନାହିଁ। ସେହିପରି କରୋନା ସଂକ୍ରମିତ ଦ୍ବିଗୁଣ ହାର ଏବେ 10 ଦିନରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ସେହିପରି ଯେଉଁ କ୍ଷେତ୍ରକୁ ଗୁଡିକ କଣ୍ଟେନମେଣ୍ଟ ବା ହଟସ୍ପଟ୍‌ ଅନ୍ତର୍ଭୁକ୍ତ ନୁହେଁ, ସେଠାରେ ଏପ୍ରିଲ୍‌ 20 ତାରିଖ ପରଠାରୁ କିଛି କ୍ଷେତ୍ର ପାଇଁ ଅନୁମତି ଦିଆଯାଇଛି । ସେହିପରି କୌଣସି କାରଖାନାରେ କୋଭିଡ୍‌ କେସ୍‌ ମିଳିଲେ  କାରଖାନା ବା କମ୍ପାନୀର ସିଇଓଙ୍କ ଦଣ୍ଡ ମିଳିବା ସହିତ ସମ୍ପୃକ୍ତ କମ୍ପାନୀକୁ 3 ମାସ ପାଇଁ ସିଲ୍‌ କରାଯିବ ବୋଲି ସୂଚନା ରହିଛି ।(ଏଜେନ୍ସି)

Related posts