ଖାତା ଦେଖା ଆରମ୍ଭର 45 ଦିନ ଭିତରେ ମାଟ୍ରିକ୍‌ ରେଜଲ୍ଟ ବାହାରିବ

Published: Apr 25, 2020, 2:27 pm IST

ଭୁବନେଶ୍ବର :  ମାଟ୍ରିକ ଖାତା ମୂଲ୍ୟାୟନ ସମ୍ପର୍କରେ ମନ୍ତ୍ରୀ ସୀମର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ର ବଢିବ।  ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ସାମାଜିକ ଦୂରତ୍ବ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଯିବ। ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢାଯିବ। ଓ୍ବେଟିଂ ଲିଷ୍ଟ୍‌ରେ ଥିବା ପରୀକ୍ଷକଙ୍କୁ ଖାତା ଦେଖା ଲାଗି ଡକାଯିବ। ଖାତା ଦେଖା ଆରମ୍ଭର 45 ଦିନ ଭିତରେ ରେଜଲ୍ଟ ବାହାରିବ  ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ସୂଚନାଯୋଗ୍ୟ ଖାତା ମୂଲ୍ୟାୟନ ପାଇଁ ଚଳିତ ବର୍ଷ ମାର୍ଚ୍ଚ 19 ତାରିଖରେ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାଯାଉଥିଲା। ମାତ୍ର କରୋନା ପାଇଁ ରାଜ୍ୟରେ ଲକ୍ ଡାଉନ ଜାରି ହେବା ପରେ ଖାତା ଦେଖାକୁ ସ୍ଥଗିତ ରଖାଯାଇଛି। ମେ’ 3 ତାରିଖ ପରେ ଲକ୍ ଡାଉନ୍‌ ଉଠାଯିବା ପରେ ଖାତା ଦେଖା ହେବା ନେଇ ତାରିଖ ଜାରି କରାଯିବ।

Related posts