ବଲିଉଡ୍‌ରେ ଡେବ୍ୟୁ କରିବେ ମଲାୟଲମ୍‌ ଅଭିନେତା ଟୋନି ଲ୍ୟୁକ୍‌

Published: Mar 4, 2019, 3:44 pm IST
malayalam actor tony luke will debue in bollywood

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ମଲୟାଲମ ଅଭିନେତା ଟୋନି ଲ୍ୟୁକ୍‌। ବଦ୍‌ଲା ଫିଲ୍ମ ମାଧ୍ୟମରେ ଟୋନି ବଲ୍‌ଉଡ୍‌ରେ ଡେବ୍ୟୁ କରିବେ। ଟୋନିଙ୍କ ସହ ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ଏଥିପାଇଁ ଟୋନିଙ୍କୁ କମ୍‌ କସରତ୍‌ କରିବାକୁ ପଡିନି  । ସେ ଏହି ଫିଲ୍ମ ପାଇଁ ମାତ୍ର ୨ ସପ୍ତାହରେ ୧୦ କିଲୋ ଓଜନ କମାଇଛନ୍ତି। ଓଜନ କମ୍‌ କରିବା ଲାଗି ସେ ବିଶେଷ ଡାଏଟ୍‌ ମଧ୍ୟ ଅନୁସରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଟୋନି ଏଥିପାଇଁ କୌଣସି ପ୍ରଫେସନାଲଙ୍କ ସହାୟତା ନ ନେଇ ନିଜେ ନିଜେ ସବୁ କିଛି କରିଛନ୍ତି। ମଡେଲ୍‌ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିବା ଟୋନି ୨୦୧୬ରେ ‘ଓଜୋହମ୍‌’ ଫିଲ୍ମ ଜରିଆରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।  ୨୦୧୭ରେ ଆସିଥିବା ‘ସକାଭୁ’ରେ ନିଜର ଏକ ପରିଚୟ ତିଆରି କରିପାରିଥିଲେ ।

Related posts