୪୧ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ

Published: Mar 4, 2019, 6:31 pm IST
India losses first T20 by 41 runs

ଭାରତର-ଇଂଲଣ୍ଡ ମହିଳା ତ୍ରିଦିବସୀୟ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତକୁ ୪୧ ରନ୍‌ରେ ହରାଇ ଇଂଲଣ୍ଡ ବାଜି ମାରିନେଇଛି । ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ୍‌ ହରାଇ ୧୬୦ ରନ୍‌ କରିଥିବାବେଳେ ଭାରତ ୬ ଓ୍ବିକେଟ୍‌ ହରାଇ ମାତ୍ର ୧୧୬ ରନ୍‌ ସଂଗ୍ରହ କରିପାରିଥିଲା । ସ୍ମୃତି ମନ୍ଧାନାର ପ୍ରଥମ ଅଧିନାୟକତ୍ବରେ ଏହି ମ୍ୟାଚ୍‌ରେ ଭାରତର ଖେଳ ନୈରାଶ୍ୟଜନକ ରହିଥିଲା । ଭାରତ ତରଫରୁ ରାଧା ଯାଦବ ୨ଟି ଓ୍ବିକେଟ୍‌ ନେଇଛନ୍ତି । ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ଏକଦିବସୀୟ ଶୃଙ୍ଖଳାକୁ ଜିତିଥିବାବେଳେ ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ତେବେ ଭାରତକୁ ଶୃଙ୍ଖଳାକୁ ଜିତିବାକୁ ହେଲେ ପରବର୍ତ୍ତୀ  ଦୁଇଟିଯାକ ମ୍ୟାଚ ଜିତିବାକୁ ପଡିବ। ବର୍ତ୍ତମାନ ଦଳ ଶୃଙ୍ଖଳାରେ ୧-୦ରେ  ପଛରେ ଅଛି। ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଅଧିନାୟିକା ଏଚ. ନାଇଟ ଧୁଆନ୍ଧର ପାଳି ଖେଳିଥିଲେ। ସେ ୨୦ଟି ବଲରେ ୭ଟି ଚୌକା ସହାୟତାରେ ୪୦ ରନ କରିଥିଲେ। ସେହିପରି ୱିକେଟକିପର ବ୍ୟାଟସମ୍ୟାନ ଟି.ବିଉମୋଣ୍ଟ ୫୭ଟି ବଲରେ ୬୨ ରନ କରିଥିଲେ। ପୂର୍ବରୁ ଭାରତୀୟ ଦଳ ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲା, କିନ୍ତୁ ଦଳ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଆଲା ବରଂ ଭ୍ରମଣକାରୀ ଦଳ ୧୬୦ ରନର ଏକ ବିଶାଳ ସ୍କୋରର ଲକ୍ଷ୍ୟ ଘରୋଇଦଳ ଉପରେ ରଖିଥିଲେ। ଯାହାକୁ ପିଛାକରିବାକୁଯାଇ ସ୍ମୃତି ମନ୍ଧାନାଙ୍କ ଦଳ ବିଫଳ ହେଇଥିଲା। ଦ୍ଵିତୀୟ ଟି-୨୦ ମ୍ୟାଚ ଆସନ୍ତା ୭ ତାରିଖ ଗୁରୁବାର ଦିନ ଖେଳାଯିବ।

 

Related posts