ଦିଲ୍ଲୀର ଆଦର୍ଶ ନଗରରେ ଗୋଟିଏ ପରିବାରର 10 ଜଣ କରୋନାରେ ସଂକ୍ରମିତ

Published: Apr 27, 2020, 9:53 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଦର୍ଶ ନଗର ଅଞ୍ଚଳରେ ଏଲଏନ୍‌ଜେପି ହସ୍ପିଟାଲର ଜଣେ ମହିଳା ଡାଏଟିସିଆନ୍‌ଙ୍କ ସମେତ ଜଣେ ପରିବାରର 10 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ମଜଲିସ୍‌ ପାର୍କରୁ ଏହି ମାମଲାଟି ଜଣାପଡିଛି। ଏଠାରେ ତିନି ଗଳିକୁ ସିଲ୍‌ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଏଲଏନ୍‌ଜେପି ହସ୍ପିଟାଲରେ ଡାଏଟିସିାନ୍‌ ଥିବା ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ପରିବାରର 10 ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀର ତିଲକ୍‌ ନଗର ଅଞ୍ଚଳରେ ଜଣେ  58 ବର୍ଷୀୟା ମହିଳା ମଧ୍ୟ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ଅନ୍ୟତମ। ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଦେଖୁ ବିଭିନ୍ନ ଜାଗାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଦିଲ୍ଲୀରେ ହଟସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା ଏବେ 97କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Related posts