Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାଣ ବର୍ଷା ଓ ସାପ୍ତାହିକ ହାଟ ବନ୍ଦରେ ଉଜୁଡି ଯାଇଛି ପନିପରିବା ଚାଷୀଙ୍କ ଆହାର
ଆଜିର ଖବର

ଲଗାଣ ବର୍ଷା ଓ ସାପ୍ତାହିକ ହାଟ ବନ୍ଦରେ ଉଜୁଡି ଯାଇଛି ପନିପରିବା ଚାଷୀଙ୍କ ଆହାର

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

 କୁଜଙ୍ଗ : କରୋନା ମହାମାରୀ ଯୋଗୁଁ ସାରାଦେଶରେ ଲକଡାଉନ। ମାସେ ହେଲା ଲୋକେ ଘରୁ ବାହାରୁନଥିବା ବେଳେ ଏବେ ଅଦିନିଆ ଝଡବର୍ଷା ସାଙ୍ଗକୁ ସାପ୍ତାହିକ ହାଟ ବନ୍ଦ, ଯାହାକି ଚାଷୀକୂଳ ଉପରେ ଦାଉ ସାଧିଛି। ଅଦିନିଆ ଝଡବର୍ଷାରେ ଉଜୁଡି ଯାଇଛି ଶହଶହ ଏକର ପନିପରିବା ଫସଲ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ସାହାଡ଼ା ଡିଆ ଗ୍ରାମରେ , ଅଦିନିଆ ବର୍ଷାରେ କିପରି ନଷ୍ଟ ହେଉଛି ଚାଷୀର ଆହାର ପନୀପରିବା ଫସଲ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ପଞ୍ଚାୟତ ସାହାରାଡିଆ ଗ୍ରାମ । ମହାନଦୀ କୂଳରେ ଅବସ୍ଥିତ ଏହି ଅଞ୍ଚଳର ଲୋକମାନେ ମୂଖ୍ୟତଃ ଧାନ,ଓ ପନୀପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି। ଏହି ଅଞ୍ଚଳ ପନୀପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତ ବର୍ଷ ପନିପରିବା ହସିଫୁଲି ଉଠିଥିଲା। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ପନୀପରିବା ଚାଷ କରିଥିଲେ, ଚଳିତବର୍ଷ  ହେକ୍ଟର ହେକ୍ଟର ପନୀପରିବା ଚାଷ କରାଯାଇଥିଲା,ଭଲ ଫଳ ମଧ୍ୟ ଫଳିଥିଲା, ହେଲେ ପନୀପରିବା ତୋଳିବା ବେଳକୁ ମାର୍ଚ୍ଚମାସ ଶେଷ ଠାରୁ  କୋରୋନା ମହାମାରୀ ବ୍ୟାପିଲା, ସାରାଦେଶରେ ଲକଡାଉନ ଯୋଗୁଁ କେହି ଘରୁ ବାହାରକୁ ବାହାରିଲେନାହିଁ, ମାସେ ଘରେ ରହିଲା ପରେ ଏପ୍ରିଲ ୨୦ତାରିଖ ଠାରୁ ଲକଡାଉନ କୋହଳ ହୋଇଥିବା ବେଳେ ୨୨ତାରିଖ ଠାରୁ ଅଦିନିଆ ଲଗାଣ ଝଡବର୍ଷା ବେଡି ଉପରେ କୋରଡା ମାଡ ପରି ପନିପରିବା ଫସଲକୁ ଉଜାଡି ଦେଇଛି।ପନୀପରିବା ବର୍ଷା ଜଳରେ ବୁଡିରହି ପଚି ନଷ୍ଟ ହୋଇଛି।ବର୍ଷକର ଆହାର ଅଦିନିଆ ବର୍ଷା ଯୋଗୁ  ଚାଷ ଜମିରେ ଉଜୁଡି ଯାଇଥିବା ବେଳେ ଯାହା କିଛି ପନିପରିବା ଥିଲା ତାହା ଏବେ ଦୁଇ ଦୁଇଟି ସାପ୍ତାହିକ ହାଟ କୁଜଙ୍ଗ ଓ ରାହାମା ହାଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବା ପରେ ପନିପରିବା ପଚି ନଷ୍ଟ ହେଉଛି । ଯାହାକୁ ନେଇ ପରିବା ଚାଷୀ ଏବେ ହତାଶ ହୋଇଛି।

କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ର ସାହାରାଡିଆ ଗ୍ରାମରେ ପ୍ରାୟ ୯୦ପ୍ରତିଶତ ଲୋକେ ଏହି ପନିପରିବା ଚାଷ ଉପରେ ନିର୍ଭର କରି ଚଳିଥାନ୍ତି, ଏଠାରୁ ପାରାଦୀପ, କୁଜଙ୍ଗ, ରାହାମା, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଭୂବନେଶ୍ୱର ଆଦି ଅଞ୍ଚଳକୁ  ପନୀପରିବା ବିକ୍ରି ପାଇଁ ଯାଇଥାଏ।  ତେବେ ଚଳିତବର୍ଷ ଭେଣ୍ଡି, ବାଇଗଣ, ଜହ୍ନି, ଲୋଧି ,ବିମ୍, ଟମାଟୋ ଓ କାକୁଡି ଭଳି ବିଭିନ୍ନ ପନିପରିବା ଚାଷ କରା ଯାଇଥିଲା। ତେବେ ଏହି ପଞ୍ଚାୟତରେ ଶହଶହ ଏକର ପନୀପରିବା ଚାଷ ସହିତ ଡାଳୁଅଧାନ ଓ ଚିନା ବାଦାମ ଚାଷ ମଧ୍ୟ କରାଯାଇଥିବା ବେଳେ  ପଞ୍ଚାୟତରେ ହେକ୍ଟର ହେକ୍ଟର ପନିପରିବା ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯିବା ଓ ଅନ୍ୟପଟେ ସାପ୍ତାହିକ ହାଟ ବନ୍ଦ ହେବା ଚାଷୀମାନଙ୍କର ମେରୁଦଣ୍ଡ ଏବେ ଭାଙ୍ଗି ପଡିଛି ବୋଲି  ଚାଷୀମାନେ ଅଭିଯୋଗ କରିଛନ୍ତି। ପନୀପରିବା ବର୍ଷାଜଳରେ ବୁଡି ପଚିସଢି ଯାଇଥିବା ବେଳେ ବାଦାମ ପଚିଯିବା ସହିତ ଧାନରେ ଗଜାହୋଇ ନଷ୍ଟ ହୋଇଛି। ଧାର କରଜ,ବ୍ୟାଙ୍କଋଣ କରି ପରୀବା ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ଧାର କରଜ ଓ ବ୍ୟାଙ୍କଋଣ ଶୁଝିବା ଚିନ୍ତାରେ ଏବେ ଚାଷୀ। କ୍ଷତିପୂରଣ ସହ ବ୍ୟାଙ୍କ କୃଷିଋଣ ଛାଡ କରିବାକୁ ଚାଷୀମାନେ ଦାବି କରିଥିବା ବେଳେ  ସରକାର ଏହାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026
Latest News

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.