ବାଲିଆ ଆଂଚଳିକ ମହିଳା ସଂଘ ପକ୍ଷରୁ କରୋନା ସହାୟତା

Published: Apr 27, 2020, 11:09 pm IST

ରଞ୍ଜିତ୍ ପଣ୍ଡା

କୁଜଙ୍ଗ : ବାଲିଆ ଅଂଚଳିକ ମହାସଙ୍ଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ କେୟାରର୍ସ ଫଣ୍ଡ୍ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ମହାସଙ୍ଘ କାର୍ଯ୍ୟାଳୟରୁ  ମହାସଙ୍ଘ ସଭାନେତ୍ରୀ ପଦ୍ମାଳୟା ସ୍ୱାଇଁ ନେତୃତ୍ୱରେ ଏକ ଟିମ୍ କୁଜଙ୍ଗ ବିଡିଓଙ୍କୁ ଏହି ରାଶି ପ୍ରଦାନ କରିଥିଲେ ।  ଏହି ଅବସରରେ ସମସ୍ତ ୯ଟି ସିଆରସିସି, କୃଷୀମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଶପଥ କରିଥିଲେ । ପରେ ସଙ୍ଘର ସଭାନେତ୍ରୀ ଶ୍ରୀମତୀ ସ୍ୱାଇଙ୍କ ସମେତ କବିତା ସ୍ୱାଇଁ, ସୁଲୋଚନା ସ୍ୱାଇଁ, ଓଡ଼ିଶା ଜିବୀକା ମିଶନର ବିପିଏମ ପଙ୍କଜିନୀ ଦାସଙ୍କ ସହାୟତାରେ ଏହି ରାଶି ସ୍ଥାନୀୟ ବିଡ଼ିଓ ଡ଼ା. ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ମହିଳା ସଂଗଠନର ଏହି କାର୍ଯ୍ୟକୁ ଶିକ୍ଷାବିତ୍ ପବିତ୍ର କୁମାର ସ୍ୱାଇଁ ଉଚ୍ଚ ପ୍ରସଂଶା କରିଛନ୍ତି ।

Related posts