ସର୍ଭେଲାନ୍ସ ଜୋନ୍‌ରେ 32 ପଞ୍ଚାୟତ, ପ୍ରତି ପଞ୍ଚାୟତରେ 10ରୁ ଉର୍ଦ୍ଧ୍ବ କୋଲକାତା ଫେରନ୍ତା ରହିଛନ୍ତି

Published: Apr 28, 2020, 11:06 am IST

ଭଦ୍ରକ : ଭଦ୍ରକ ଜିଲ୍ଲାର 32ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି । ସର୍ଭେଲାନ୍ସ ଜୋନ୍‌ ଘୋଷଣା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ପ୍ରତି ପଞ୍ଚାୟତରେ 10ରୁ ଉର୍ଦ୍ଧ୍ବ କୋଲକାତା ଫେରନ୍ତା ରହିଛନ୍ତି। ସର୍ଭେଲାନ୍ସ ଜୋନ୍‌ରେ ଥିବା 32ଟି ପଞ୍ଚାୟତରେ ଘର ଘର ବୁଲି ସର୍ଭେ ହେବ । ସ୍ବାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯିବ । ଲକ୍ଷଣ ଥିଲେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ସଟ୍‌ ଡାଉନ୍‌ ବେଳେ ସବୁ ବ୍ଲକରେ 2 ଦିନ ସର୍ଭେଲାନ୍ସ କରାଯାଇଥିଲା । ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା ।  ଦୁଇ ଦିନରେ ଜିଲ୍ଲାରୁ 1300 ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ଆଜି ତିନୋଟି ପଜିଟିଭ୍‌  ଜଣାପଡିଛି । ସବୁ ତିନୋଟି କେସ୍‌ ନୂଆ ନୂଆ ପଞ୍ଚାୟତର ବୋଲି ଜଣାପଡିଛି । ଭଦ୍ରକରେ ଏବେ ମୋଟ୍‌ 19 ଜଣ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ତିନି ନୂଆ କରୋନା ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି ବୋଲି ଜଣାପଡିଛି ।

Related posts