ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲା କେନ୍ଦ୍ର

Published: Apr 28, 2020, 9:16 pm IST

ନୂଆଦିଲ୍ଲୀ :ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ବିଭିନ୍ନ ରାଜ୍ୟରେ ଶିକ୍ଷାମନ୍ତ୍ରୀମାନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପୋଖରିଆଲ ନିଶଙ୍କ ଭିଡିସ କନଫରେନ୍ସିଂରେ ଆଲୋଚନା କରିଥିଲେ । ଟୁଇଟ୍‌ ଜରିଆରେ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଖରିୟାଲ୍‌ । ଏହି ଭିଡିଓ କନଫରେନ୍ସିଂ ରେ ଭାଗ ନେଇଥିଲେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ଆଲୋଚନାରେ ପିଲାଙ୍କ ଇ-ଲର୍ଣ୍ଣିଂ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ତିନି ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ବେଳେ ସେହିପରି ସିବିଏସଇ ଗାଇଡ୍‌ଲାଇନ ଅନୁଯାୟୀ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସମୀର ଦାସ ସୂଚନା ଦେଇଛନ୍ତି।

ରାଜ୍ୟରେ ଲକ୍ ଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜୁନ୍‌ 17 ତାରିଖରେ ସ୍କୁଲ ଖୋଲିବ ବୋଲି ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାର ଆଉ କିଛି ପେପର୍‌ ପରୀକ୍ଷା ହେବାକୁ ବାକି ରହିଛି ।

Related posts