ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରୀ ରଞ୍ଜିତ୍ କୁମାର

Published: Mar 5, 2019, 1:06 pm IST
amicuscuriae ranjit kumar diposits shreemandir's report in supremecourt

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର  । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ   । ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ବିଚାର କରି ଏହି ସମ୍ପର୍କିତ ତଥ୍ୟ ହାସଲ ପାଇଁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ।  ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ନଜର ରହିଛି ।

Related posts