ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ  ଏକ ଦୁର୍ଘଟଣା : ଦିଗ୍‌ବିଜୟ ସିଂ

Published: Mar 5, 2019, 3:51 pm IST
pulwama attack was a accident , says digvijoy singh

ସମ୍ପ୍ରତି ଫୁଲ୍‌ଓ୍ବାମା ଆକ୍ରମଣ ଓ ପରବର୍ତ୍ତୀ ଭାରତୀୟ ବାୟୁ ସେନା ଦ୍ବାରା କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ସମ୍ପ୍ରତି ଦେଶରେ ରାଜନୀତି ବେଶ୍‌ ସରଗରମ । କଂଗ୍ରେସ ଏୟାର୍‌ ଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଥିବାବେଳେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣା କହି ପୁଣି ଏକ ନୂଆ ବିବାଦ ଉଠାଇଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ଦିଗ୍‌ବିଜୟ କହିଛନ୍ତି, ବାଲାକୋଟରେ ହୋଇଥିବା ବିମାନ ଆକ୍ରମଣକୁ ନେଇ କିଛି ବିଦେଶୀ ଗଣମାଧ୍ୟମ ସନ୍ଦେହ ପ୍ରକାଶ କରିଥିବା ବେଳେ ଆମ ସରକାରଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍‌ କରି ସେ ଆହୁରି ମଧ୍ୟ କହିଛନ୍ତି, ବାଲାକୋଟ ବିମାନ ଆକ୍ରମଣରେ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କେତେଜଣ ଭାଜପା ନେତା କହୁଥିବା ବେଳେ ଅମିତ ଶାହ କହୁଛନ୍ତି ଏଥିରେ ୨୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ଯୋଗୀ ଆଦିତ୍ୟନାଥ କହୁଛନ୍ତି ୪ଶହ ଆତଙ୍କବାଦୀ ମରିଛନ୍ତି ଆଉ ଏସ୍‌ଏସ୍‌ ଆଲୁଓ୍ବାଲିଆ କହିଛନ୍ତି ଏଥିରେ କାହାର ମୃତ୍ୟୁ ହୋଇନାହିଁ। ତେବେ କିଏ ଏଥିରେ ସତ କହୁଛି ଆଉ କିଏ ମିଛ କହୁଛି ବୋଲି ଦିଗ୍‌ବିଜୟ ପ୍ରଶ୍ନ କରିଛନ୍ତି। ହେଲେ ଏତେ ସବୁ ପରେ ନିଜେ ମୋଦି କାହିଁକି ଚୁପ୍‌ ରହିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ତେଣୁ ପୁଲଓ୍ବାମା ଆକ୍ରମଣ ଏକ ଦୁର୍ଘଟଣା ଥିଲା ବୋଲି ସେ କହିଛନ୍ତି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ବାଜି ମାରିବାକୁ ବସିଥିବାର କଂଗ୍ରେସ ଅଭିଯୋଗ କରୁଥିବାବେଳେ ନିଜେ ଏହି ସମ୍ପର୍କିତ ବୟାନ୍‌ ଦେଇ ବିବାଦରେ ଛନ୍ଦି ହୋଇପଡୁଛି ।

Related posts