Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋପାଳର ଏହି ହସ୍ପିଟାଲରୁ 20 ଦିନରେ 200 କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି
ଆଜିର ଖବର

ଭୋପାଳର ଏହି ହସ୍ପିଟାଲରୁ 20 ଦିନରେ 200 କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି

April 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଭୋପାଳର ଏକ ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହୋଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଭୋପାଳରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଭୋପାଳର ଚିରାୟୁ ହସପିଟାଲରେ 20 ଦିନ ମଧ୍ୟରେ ପ୍ରାୟ 200ରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଏଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ବିଶେଷ ପ୍ରକାରର ପ୍ରସ୍ତୁତି କରାଯାଇଛି ।

ଇନ୍ଦୋର ରୋଡ୍‌ରେ ଅବସ୍ଥିତ ଚିରାୟୁ ହସ୍ପିଟାଲରେ ମାର୍ଚ୍ଚ ମାସରେ କୋଭିଡ୍‌-19 ହସ୍ପିଟାଲ ନିର୍ମାଣ କରାଯାଇଥିଲା । ଚିରାୟୁ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସ୍ପତନ୍ତ୍ର ସ୍ଥାନ ସଂରକ୍ଷିତ କରାଯାଇଛି । ଏଠାରେ ବହୁ ସତର୍କତା ସହ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏଠାରେ ଆକ୍ରାନ୍ତଙ୍କ ଡାଏଟ୍‌ ଚାର୍ଟ ସହ ବ୍ୟାୟାମ ମଧ୍ୟ କରାଯାଉଛି । ଏଠାରେ ଔଷଧ ସମେତ ଅନ୍ୟାନ୍ୟ ଉପକରଣ ପ୍ରଚୁର ମାତ୍ରାରେ ମହଜୁଦ୍‌ ରହିଛି । ଏଠାରେ ରୋଗୀଙ୍କୁ ହସ୍ପିଟାଲ ନୁହେଁ ବରଂ ପରିବାର ଭିତରେ ରହିଛନ୍ତି ବୋଲି ଅନୁଭବ ଦିଆଯାଉଛି । ତାଙ୍କୁ ଏଠାରେ ରୋଗ ସହିତ ସାହସର ସହ ଲଢିବା ପାଇଁ ପ୍ରେରଣା ଦିଆଯାଉଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ଇନ୍ଦୋର୍‌ କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ କରୋନା ପୀଡ଼ିତଙ୍କ ସଂଖ୍ୟା 2368ରେ ପହଞ୍ଚିଛି । ଏଠାରେ 113 ଜଣଙ୍କର ମୃତ୍ୟୁବରଣ ହୋଇଛି । ଭୋପାଳରେ ପ୍ରାୟ 500ରୁ ଅଧିକ ସଂକ୍ରମିତ ରହିଥିବାବେଳେ ଏହି ହସ୍ପିଟାଲରେ ତିନିଶହର ଅଧିକ ଲୋକଙ୍କ ଚିକିତ୍ସା କରାଯାଉଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025
Latest News

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.