କାଳ ବୈଶାଖୀର ତାଣ୍ଡବ ଲୀଳା: ବଜ୍ରପାତରେ ବୃଦ୍ଧଙ୍କ ପ୍ରାଣହାନି

Published: May 1, 2020, 8:17 pm IST

ସଞ୍ଜୟ କର
ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟରେ କାଳବୈଶାଖୀ ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବେବୁନିଆ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁରର ସୁଦର୍ଶନ ମୁଦୁଲି(୭୨)ଙ୍କ ପ୍ରାଣହାନି ଘଟିଛି। ସୁଦର୍ଶନ ନିଜ ଦାଣ୍ଡ ପିଣ୍ଡାରେ ବସିଥିବା ବେଳେ ହଠାତ ବଜ୍ରପାତ କାରଣରୁ ତାଙ୍କର ପରଲୋକ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମିତି ସଭ୍ୟ ବିପିନ ମହାପାତ୍ରଙ୍କ ନେତୃତ୍ବରେ ଗ୍ରାମବାସୀ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts