
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 159କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ କେସ୍ 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି।ଏଯାବତ୍ ରାଜ୍ୟର 16ଟି ଜିଲ୍ଲାକୁ କରୋନା ବ୍ୟାପିସାରିଛି।