Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢାଖୋଲ ଓ ନାକ୍ଟିଦେଉଳ ବ୍ଲକକୁ ଫେରିଲେ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ
ଆଜିର ଖବର

ରେଢାଖୋଲ ଓ ନାକ୍ଟିଦେଉଳ ବ୍ଲକକୁ ଫେରିଲେ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ

May 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଆମର ହସ୍ତଗତ ହୋଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଦେଶରେ କୋରନା ମହାମାରୀ ବୃଦ୍ଧିପାଇବାରୁ ସରକାର ଲକ୍ ଡାଉନ୍ ଘୋଷଣା କରିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ । ଯା ଫଳରେ ଶ୍ରମିକ ମାନେ ସରକାରଙ୍କୁ ନିଜ ଜନ୍ମ ମାଟିକୁ ଫେରିଯିବାକୁ ଅପିଲ କରିଥିଲେ । ଆଜି ସକାଳେ ରେଢାଖୋଲ ବ୍ଲକର ୪ ଜଣ ଶ୍ରମିକ ବସ୍ ମାଧ୍ୟମରେ ରେଢାଖୋଲ କୁ ଫେରି ଆସିଛନ୍ତି । ରେଢାଖୋଲ ବ୍ଲକର ବଡବାହାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ସେମାନେ ରହିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିବା ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ରେଢାଖୋଲ ବ୍ଲକ୍‌ର ବୁର୍ଡା ପଂଚାୟତର ୧ ଜଣ , ବଂଶାଜାଲର ୨ ଜଣ ଏବଂ ବଡବାହାଳ ପଂଚାୟତର ୧ ଜଣ କେବଳ ବଡବାହାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ରହିପାରିବେ ବୋଲି ରେଢାଖୋଲ ବିଡିଓ ପ୍ରକାଶ କରିଛନ୍ତି । ସେମାନେ ୧୪ ଦିନ ପର୍ଯ୍ୟନ୍ତ ବଡବାହାଳ ହାଇସ୍କୁଲଠାରେ ଖୋଲିଥିବା ଏହି ଗୃହରେ କ୍ୱାରେନ୍‌ଟାଇନ୍ ରେ ରହିବେ । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲାପରେ ଜଣାପଡିବ ବୋଲି ବିଡିଓ ପ୍ରକାଶ କରିଛନ୍ତି ।
ଠିକ୍ ସେହିପରି ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମପଂଚୟତର ହାଇସ୍କୁଲଠାରେ ଖୋଲିଥିବା କ୍ୱାରେଣ୍ଟାଇନ ଗୃହରେ ରହିବା ପାଇଁ ସୁରତରୁ ଆଜିସକାଳେ ଆସି ପହଂଚିଛନ୍ତି ୧୬ ଜଣ । ସକାଳେ ପ୍ରଥମ ପର୍ଯ୍ୟାୟରେ ସୁରତରୁ ଆସିଥିବା ୧୬ ରୁ ଦେବଗଡ ଜିଲ୍ଲା ରିଆମାଳର ୯ ଜଣ ଥିବା ବେଳେ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନଙ୍କ ଉଦ୍ୟମରେ ସେମାନଙ୍କୁ ରିଆମାଳ ଫେରାଇଦେଇଥିବା ଜଣାପଡିଛି । ପୂର୍ବାହ୍ନ ୧୨ ଘଟିକା ସମୟରେ ଆଉ ଏକ ବସ୍ ରେ ସୁରତରୁ ୧୦ ଜଣ ଆସି ପହଂଚିଛନ୍ତି । ବର୍ତମାନ ଡଇଁଚା ହାଇସ୍କୁଲ ଠାରେ ଖୋଲି ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେମାନେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେନଟାଇନ୍ ରେ ରହିବା ପାଇଁ ବନ୍ଦୋବସ୍ତ ହୋଇଛି । ଡଇଁଚା ର ଏହି କେନ୍ଦ୍ରରେ ଡଇଁଚା ପଂଚାୟତର ର ୧୫ ଜଣ , ଘୋଷରାମାଳ ପଂଚାୟତର ୧ ଜଣ , ଗିରିଶ୍ଚନ୍ଦ୍ରପୁର ପଂଚାୟତର ୧ ଜଣ ରହିଥିବା ଜଣା ପଡିଛି । ଏ ସଂପର୍କରେ ନାକ୍ଟିଦେଉଳ ବିଡିଓ ରବିନ୍ଦ୍ର ରଣାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ସନ୍ତୋଷ ଜନକ ଉତର ଦେଇ ନ ଥିଲେ ଏବଂ ଫୋନ୍ କୁ କାଟି ଦେଉଥିଲେ । ନାକଟିଦେଉଳ ବିଡିଓ ଙ୍କ ଅସହଯୋଗ ଯୋଗୁଁ ନାକଟିଦେଉଳ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ କି ବାଂଲାଦେଶ?: ସ୍ଥାନ ବିବାଦର ସମାଧାନ କଲା ICC

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026
Latest News

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ କି ବାଂଲାଦେଶ?: ସ୍ଥାନ ବିବାଦର ସମାଧାନ କଲା ICC

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.