ପିଏମ କେୟାର୍ସ ପାଣ୍ଠିକୁ 2.5 କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ

Published: May 3, 2020, 11:07 pm IST

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଇପିଏଫଓ ବିଶ୍ଵର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା । କୋଭିଡ-19 ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-19 ଦାବିର ପ୍ରୋସେସିଂକୁ ତ୍ୱରାନ୍ୱିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । (ଏଜେନ୍ସି)

Related posts