ଡାକ୍ତରଙ୍କ ମହନୀୟତା: ଜରାଶ୍ରମ ଅନ୍ତେବାସୀଙ୍କ ପାଇଁ ପାଲଟିଛନ୍ତି ଦେବଦୂତ

Published: May 4, 2020, 10:38 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ବାର୍ଦ୍ଧକ୍ୟରେ ସାହା ହେଲେନି ପରିବାର ଓ ଆତ୍ମୀୟ। ଜୀବନ କଟୁଛି ବୃଦ୍ଧାଶ୍ରମରେ। ବୟସାଧିକ୍ୟ ଯୋଗୁ ବିଭିନ୍ନ ସମୟରେ ଶାରିରୀକ ଅସୁସ୍ଥତା ସେମାନଙ୍କ ପାଇଁ ସୃଷ୍ଟି କରୁଛି ସମସ୍ୟା। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ନେହସୁଧାକର ମଲ୍ଲ। ପାରାଦ୍ବୀପ ବାଲିଝରା ବସ୍ତିରେ ଥିବା ମା’ ସନ୍ତୋଷୀ ଜରାଶ୍ରମ ଓ ପାରାଦ୍ବୀପ ଗଡ ନିକଟରେ ଥିବା ବାବା ଲୋକନାଥ ସେବାଶ୍ରମରେ ରହୁଥିବା ୧୫୦ ଶହରୁ ଊର୍ଦ୍ଧ୍ବ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର ମଲ୍ଲ। ଏହିକ୍ରମରେ ରବିବାର ବାଲିଝରା ମା’ ସନ୍ତୋଷୀ ଜରାଶ୍ରମରେ ପହଞ୍ଚି ଏଠାରେ ରହୁଥିବା ୪୦ ରୁ ଊର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥିଲେ। ମାସର ପ୍ରତ୍ୟେକ ରବିବାର ଦିନ ଉଭୟ ଜରାଶ୍ରମ ଓ ସେବାଶ୍ରମରେ ପହଞ୍ଚିଛି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ ବୋଲି ପ୍ରକାଶ କରିଥିବା ବେଳେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜରାଶ୍ରମର ପରିଚାଳନା କମିଟି।

Related posts