Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିନ୍ତା ବଢାଉଛନ୍ତି ଆକ୍ରାନ୍ତ : ଏକାଦଶାହ ଭୋଜିକୁ ଯାଇଥିଲେ, ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁଘର ବୁଲିଥିଲେ
ଆଜିର ଖବର

ଚିନ୍ତା ବଢାଉଛନ୍ତି ଆକ୍ରାନ୍ତ : ଏକାଦଶାହ ଭୋଜିକୁ ଯାଇଥିଲେ, ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁଘର ବୁଲିଥିଲେ

May 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା  ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି ହୋଇଛି । ଟ୍ରାଭେଲ୍‌ ହିଷ୍ଟ୍ରିରୁ 146 ନମ୍ବର ଆକ୍ରାନ୍ତଙ୍କ ହିଷ୍ଟ୍ରି ଚିନ୍ତା ବଢାଇଛି । 146 ନମ୍ବର ଆକ୍ରାନ୍ତ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ । ଜେକେ ରୋଡ୍‌ ଷ୍ଟେସନରେ ଓହ୍ଲାଇ ଭଡା ଗାଡ଼ିରେ ଆସିଥିଲେ । ଆଉ 11 ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିଥିଲେ । ଯାଜପୁର ଟାଉନ୍‌ରୁ ଚାଲି ଚାଲି ଦଶରଥପୁର ନିଜ ଘରକୁ ଯାଇଥିଲେ । ମାର୍ଚ୍ଚ 22ରେ ଘରେ ପହଞ୍ଚି ଲକ୍‌ ଡାଉନ୍‌ ଯାଏଁ ଘରେ ଥିଲେ । ଘରେ ରହିବା ସମୟ ମଧ୍ୟରେ ବିଭିନ୍ନ ଦୋକାନ ଯାଇଥିଲେ । ମାର୍ଚ୍ଚ 25ରୁ ଏପ୍ରିଲ୍‌ 5 ଯାଲଁ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରିକୁ ଦେଖି ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ମେ 1ରେ ସାମ୍ପଲ ଟେଷ୍ଟ ପଜିଟିଭ୍‌ ଆସିବା ପରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

155 ନମ୍ବର ଆକ୍ରାନ୍ତ କୋଲକାତାରୁ କୁଆଖିଆ ଯାଏଁ ଭଡାଗାଡ଼ିରେ ଆସିଥିଲେ । ନ୍ୟୁଜ ପେପର୍‌ ନେଇ ଯାଉଥିବା ଗାଡ଼ିରେ ନିଜ ଘର ପର୍ଯ୍ୟନ୍ତ ଯାଇଥିଲେ । ମାର୍ଚ୍ଚ 31ରେ ପହଞ୍ଚି ବରୀ ସିଏଚ୍‌ସିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ । ଘରେ ରହିବା ଭିତରେ ଜଣଙ୍କ ଏକଦଶାହ ଭୋଜି ଖାଇଥିଲେ । ଗାଁ ଡିଲରଙ୍କ ପାଖକୁ ଯାଇ ପିଡିଏସ୍‌ ଚାଉଳ ଆଣିଥିଲେ । ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁ ଘର ବୁଲିଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ମେ 2 ତାରିଖରେ ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ଆସିବା ପରେ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସେହିପରି 156 ଓ 158 ଆକ୍ରାନ୍ତ ମଧ୍ୟ ବେଶ୍‌ ଚିନ୍ତା ବଢାଇଛନ୍ତି ।  156 ନମ୍ବର ଆକ୍ରାନ୍ତ କୋଲାକତାରୁ ଅନ୍ୟ 5 ଜଣଙ୍କ ସହ ଭଡା ଗାଡ଼ିରେ ଆସିଥିଲେ । ମାର୍ଚ୍ଚ 29ରୁ ମେ 2 ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ଏପ୍ରିଲ୍‌ 14ରେ ବାଇକ୍‌ରେ ସାଙ୍ଗ ସହ ଜାରକାସ୍ଥିତ ଚକ୍ଷୁ ଚିକିତ୍ସାଳୟ ଯାଇଥିଲେ। ଟ୍ରାଭେଲ୍‌ ହିଷ୍ଟ୍ରି ନେଇ ମେ’ 2ରେ ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ଆସିବା ପରେ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୁରଟ୍‌ ଫେରନ୍ତା 158 ନମ୍ବର ଆକ୍ରାନ୍ତ ସେଠାରେ 5 ଜଣଙ୍କ ସହ ରହୁଥିଲେ। ସେମାନେ ବସ୍‌ରେ ସମୁଦାୟ 56 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଧରାକୋଟରେ ପହଞ୍ଚିବା ମେ’ 2 ଯାଏଁ ସରକାରୀ କ୍ବାରେଣ୍ଟିନ୍‌ରେ ଥିଲେ । ମେ’ 2ରେ ସାମ୍ପଲ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025
Latest News

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.