Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିନ୍ତା ବଢାଉଛନ୍ତି ଆକ୍ରାନ୍ତ : ଏକାଦଶାହ ଭୋଜିକୁ ଯାଇଥିଲେ, ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁଘର ବୁଲିଥିଲେ
ଆଜିର ଖବର

ଚିନ୍ତା ବଢାଉଛନ୍ତି ଆକ୍ରାନ୍ତ : ଏକାଦଶାହ ଭୋଜିକୁ ଯାଇଥିଲେ, ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁଘର ବୁଲିଥିଲେ

May 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା  ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି ହୋଇଛି । ଟ୍ରାଭେଲ୍‌ ହିଷ୍ଟ୍ରିରୁ 146 ନମ୍ବର ଆକ୍ରାନ୍ତଙ୍କ ହିଷ୍ଟ୍ରି ଚିନ୍ତା ବଢାଇଛି । 146 ନମ୍ବର ଆକ୍ରାନ୍ତ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ । ଜେକେ ରୋଡ୍‌ ଷ୍ଟେସନରେ ଓହ୍ଲାଇ ଭଡା ଗାଡ଼ିରେ ଆସିଥିଲେ । ଆଉ 11 ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିଥିଲେ । ଯାଜପୁର ଟାଉନ୍‌ରୁ ଚାଲି ଚାଲି ଦଶରଥପୁର ନିଜ ଘରକୁ ଯାଇଥିଲେ । ମାର୍ଚ୍ଚ 22ରେ ଘରେ ପହଞ୍ଚି ଲକ୍‌ ଡାଉନ୍‌ ଯାଏଁ ଘରେ ଥିଲେ । ଘରେ ରହିବା ସମୟ ମଧ୍ୟରେ ବିଭିନ୍ନ ଦୋକାନ ଯାଇଥିଲେ । ମାର୍ଚ୍ଚ 25ରୁ ଏପ୍ରିଲ୍‌ 5 ଯାଲଁ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରିକୁ ଦେଖି ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ମେ 1ରେ ସାମ୍ପଲ ଟେଷ୍ଟ ପଜିଟିଭ୍‌ ଆସିବା ପରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

155 ନମ୍ବର ଆକ୍ରାନ୍ତ କୋଲକାତାରୁ କୁଆଖିଆ ଯାଏଁ ଭଡାଗାଡ଼ିରେ ଆସିଥିଲେ । ନ୍ୟୁଜ ପେପର୍‌ ନେଇ ଯାଉଥିବା ଗାଡ଼ିରେ ନିଜ ଘର ପର୍ଯ୍ୟନ୍ତ ଯାଇଥିଲେ । ମାର୍ଚ୍ଚ 31ରେ ପହଞ୍ଚି ବରୀ ସିଏଚ୍‌ସିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ । ଘରେ ରହିବା ଭିତରେ ଜଣଙ୍କ ଏକଦଶାହ ଭୋଜି ଖାଇଥିଲେ । ଗାଁ ଡିଲରଙ୍କ ପାଖକୁ ଯାଇ ପିଡିଏସ୍‌ ଚାଉଳ ଆଣିଥିଲେ । ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁ ଘର ବୁଲିଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ମେ 2 ତାରିଖରେ ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ଆସିବା ପରେ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସେହିପରି 156 ଓ 158 ଆକ୍ରାନ୍ତ ମଧ୍ୟ ବେଶ୍‌ ଚିନ୍ତା ବଢାଇଛନ୍ତି ।  156 ନମ୍ବର ଆକ୍ରାନ୍ତ କୋଲାକତାରୁ ଅନ୍ୟ 5 ଜଣଙ୍କ ସହ ଭଡା ଗାଡ଼ିରେ ଆସିଥିଲେ । ମାର୍ଚ୍ଚ 29ରୁ ମେ 2 ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ଏପ୍ରିଲ୍‌ 14ରେ ବାଇକ୍‌ରେ ସାଙ୍ଗ ସହ ଜାରକାସ୍ଥିତ ଚକ୍ଷୁ ଚିକିତ୍ସାଳୟ ଯାଇଥିଲେ। ଟ୍ରାଭେଲ୍‌ ହିଷ୍ଟ୍ରି ନେଇ ମେ’ 2ରେ ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ଆସିବା ପରେ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୁରଟ୍‌ ଫେରନ୍ତା 158 ନମ୍ବର ଆକ୍ରାନ୍ତ ସେଠାରେ 5 ଜଣଙ୍କ ସହ ରହୁଥିଲେ। ସେମାନେ ବସ୍‌ରେ ସମୁଦାୟ 56 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଧରାକୋଟରେ ପହଞ୍ଚିବା ମେ’ 2 ଯାଏଁ ସରକାରୀ କ୍ବାରେଣ୍ଟିନ୍‌ରେ ଥିଲେ । ମେ’ 2ରେ ସାମ୍ପଲ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପୂର୍ବରୁ ନୀତିଶ କୁମାରଙ୍କ ଦଳର ବଡ଼ ଦାବି

April 8, 2026
Latest News

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026

ଯୁଦ୍ଧବିରତି ଘୋଷଣା ସମୟରେ ଭାରତକୁ ଖୁସି ଖବର ଦେଲେ ଆମେରିକାର ରାଷ୍ଟ୍ରଦୂତ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.