ମେ’ 7ରୁ ଫେରିବେ ପ୍ରବାସୀ ଭାରତୀୟ

Published: May 4, 2020, 11:49 pm IST

ନୂଆଦିଲ୍ଲୀ : ମେ’ 7ରୁ ପର୍ଯ୍ୟାୟ କ୍ରମେ ଫେରିବେ ପ୍ରବାସୀ ଭାରତୀୟ । ପ୍ରବାସୀ ଫେରାଇ ଆଣିବା ଲାଗି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇଛି  । ପ୍ରବାସୀଙ୍କ ଚିଠା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦୂତାବାସ ଓ ହାଇକମିଶନର । ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ଫେରିବା ଲାଗି ନିଜର ସମସ୍ତ ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ପ୍ରବାସୀ । କେବଳ କରୋନା ଲକ୍ଷଣ ନଥିବା ପ୍ରବାସୀ ହିଁ ଭାରତ ଫେରିବେ। ପହଞ୍ଚିବା ପରେ ସମେସ୍ତ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ ଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପହଞ୍ଚିବା ପରେ ସମସ୍ତଙ୍କୁ 14 ଦିନିଆ କ୍ବାରେଣ୍ଟିନ୍‌ରେ ରଖାଯିବ । କ୍ବାରେଣ୍ଟିନ୍‌ ସରିବା ପରେ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯିବ ।

Related posts