ଛତା ନାହିଁ ତ ମଦ ନାହିଁ : ସାମାଜିକ ଦୂରତ୍ବ ପାଳନ ପାଇଁ ତିରୁପୁର ପ୍ରଶାସନର ଅଭିନବ ଉପାୟ

Published: May 5, 2020, 10:21 pm IST

ତାମିଲନାଡୁ : ତାମିଲନାଡୁରେ 7 ତାରିଖରୁ ପୁଣି ଥରେ ମଦ ବିକ୍ରି ଆରମ୍ଭ ହେବ । କିନ୍ତୁ ଏଠାରେ ତିରୁପୁର ପ୍ରଶାସନ ତରଫରୁ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ପ୍ରଶାସନ ମଙ୍ଗଳବାର ଦିନ ଆଦେଶ ଜାରି କରିଛନ୍ତି । ମଦ ଦୋକାନ ପାଇଁ ଏବେ ସାମାଜିକ ନିୟମକୁ ପାଳନକୁ କଡାକଡି କରାଯାଇଛି । ଏବେ ମଦ ପାଇଁ ଧାଡିରେ ରହିଥିବା ଲୋକମାନେ ଛତା ଧରି ଛିଡା ହେବାକୁ ବାଧ୍ୟତାମୂଳକ କରାଯାଇଛି ।  ଯିଏ ଛତା ଧରି ଧାଡିରେ ଛିଡା ନ ହେଲେ ମଦ କିଣିବା ପାଇଁ ଅନୁମତି ମିଳିବ ନାହିଁ ।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ 3.0ରେ ମଦ ବିକ୍ରିକୁ ଅନୁମତି ମିଳିବା ପରେ ମଦ ପାଇଁ ସାମାଜିକ ଦୂରତ୍ବକୁ ପାଳନ କରୁଥିବାର ଦେଖାଯାଉଛି । ମଦ ଦୋକାନ ଆଗରେ ପ୍ରବଳ ଭିଡ ମଧ୍ୟ ହେଉଛି । ଜାରି କରାଯାଇଥିବା କରୋନା ଗାଇଡଲାଇନକୁ ମଧ୍ୟ ଉଲ୍ଲଂଘନ କରାଯାଉଛି। ମଦ ଦୋକାନରେ 5 ଜଣ ଗ୍ରାହକଙ୍କୁ ଅନୁମତି ମିଳିଥିବାବେଳେ ଏହି ନିୟମକୁ କେହି ମାନୁ ନଥିବାବେଳେ ତିରୁପର ପ୍ରଶାସନ ଏହି ଅଭିନବ ଉପାୟ ବାହାରକରିଛି ।

ସୂଚନାଯୋଗ୍ୟ, ଓଡ଼ିଶାର ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଛତା ନେଇ ବାହାରକୁ ଯିବାକୁ ପରାମର୍ଶ ଦେଇଥିଲେ । ଛତା ନେଇ ବାହାରକୁ ଗଲେ ସାମାଜିକ ଦୂରତ୍ବ ଭଙ୍ଗ ହେବାର ଆଶଙ୍କା ରହିବ ନାହିଁ ।

Related posts