ଅଯୋଧ୍ୟା ଜମି ବିବାଦ ମାମଲା : ମଧ୍ୟସ୍ଥି ପାଇଁ ତିନି ପକ୍ଷଙ୍କୁ ନାଁ ମାଗିଲେ ସୁପ୍ରିମକୋର୍ଟ

Published: Mar 6, 2019, 1:27 pm IST
SC reserves order on Ayodhya land dispute case mediation

ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଆଜି ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ କୋର୍ଟ ନିଜର ରାୟ ସଂରକ୍ଷିତ କରିଛନ୍ତି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସେ କହିଛନ୍ତି କି, ସେ ଅତି ଶୀଘ୍ର ଏହାର ଫଇସଲା ଶୁଣାଇବେ । ଏବେ ସେ ସମସ୍ତ ପକ୍ଷକୁ ମଧ୍ୟସ୍ଥି ପାଇଁ କିଛି ନାମ ମାଗିଛନ୍ତି । ତେବେ ସୁପ୍ରିମକୋର୍ଟ ଉଭୟ ପକ୍ଷକୁ କହିଥିଲେ କି, ଯଦି ସମ୍ଭବ ହୋଇପାରେ ତେବେ ମାମଲାକୁ ମଧ୍ୟସ୍ଥି ଦ୍ୱାରା ସମାଧାନ କରାଯାଉ । ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରି କହିଛନ୍ତି କି, ଏହା କେବଳ ଜମି ମାମଲା ନୁହେଁ, ବରଂ ଲୋକଙ୍କ ଭାବନା ସହିତ ଜଡିତ ମାମଲା । ତେବେ ମଧ୍ୟସ୍ଥି ଜରିଆରେ ସମାଧାନ କରିବାକୁ ହିନ୍ଦୁ ମହାସଭାର ବିରୋଧ କରାଯାଇଥିବାବେଳେ ମୁସିଲିମ୍‌ ପକ୍ଷ  ଓ ନିର୍ମୋହୀ ଆଖଡା ଏଥିରେ ସହମତି ପ୍ରକାଶ କରିଛନ୍ତି । ଏହା ଉପରେ ଜଷ୍ଟିସ ଏସ.ଏ.ବାବଡେ କହିଥିଲେ, ମାମଲା ସାଧାରଣ ଲୋକଙ୍କ ଭାବନା ସହ ଜଡିତ ଅଛି । ତେଣୁ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେଉ । ସେ କହିଥିଲେ, ଆମେ ପୂର୍ବ କଥା କହିବା ନାହିଁ । ବର୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ତେବେ ଏହି ମାମଲାରେ ଗତ ଶୁଣାଣୀରେ ସୁପ୍ରିମ୍‌କୋର୍ଟ ମଧ୍ୟସ୍ଥତା ଜରିଆରେ ଯଦି ୧ ପ୍ରତିଶତର ସମ୍ଭାବନା ରହୁଛୁ, ତେବେ ଏହି ବିଷୟକୁ ଅଗ୍ରାଧିକାର ଦିଆଯିବ ବୋଲି ଶୁଣାଣୀ କରାଯାଇଥିଲା ।

 

Related posts