Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମରକଜରେ ସାମିଲ୍‌ ହୋଇଥିବା ଏକ ହଜାର ଜମାତୀ ଏବେ ସୁସ୍ଥ : ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର
ଆଜିର ଖବର

ମରକଜରେ ସାମିଲ୍‌ ହୋଇଥିବା ଏକ ହଜାର ଜମାତୀ ଏବେ ସୁସ୍ଥ : ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତୀଙ୍କୁ ନେଇ ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।  ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ପ୍ରାୟ ଏକ ହଜାର ସଂକ୍ରମିତ ଜମାତୀ ଏବେ ସୁସ୍ଥ ହୋଇଛନ୍ତି । ଏବେ ତାଙ୍କୁ ଘରକୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ଜମାତୀଙ୍କ  ଉପରେ ମୋକଦ୍ଦମା ରହିଛି, ତାଙ୍କ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରିପାରିବ ।

ପ୍ରାୟ ଚାରି ହଜାରରୁ ଅଧିକ ଲୋକଙ୍କୁ ମାର୍ଚ୍ଚ ମାସ ଶେଷ ଆଡକୁ ନିଜାମୁଦ୍ଦିନ ସ୍ଥିତ ମରକଜ ଓ ଅନ୍ୟାନ୍ୟ ଜାଗାରୁ ଚିହ୍ନଟ କରାଯାଇଥିଲା । ଏଥିରୁ ପ୍ରାୟ 1 ହଜାରରୁ ଅଧିକ ଜମାତୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଅଲଗା ଅଲଗା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । ଏବେ ସୁସ୍ଥ ହୋଇଥିବା ଜମାତୀଙ୍କୁ ଘରକୁ ଯିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି ।

ତବିଲିଗ୍ ଜମାତ ଯୋଗୁଁ ଭାରତରେ କରୋନା ସଂକ୍ରମଣ ବେଶ୍‌ ବ୍ୟାପକ ହୋଇଥିବାର ଚର୍ଚ୍ଚା ରହିଥିଲା । ରାଜ୍ୟ ସରକାରମାନେ ଏହି ଜମାତୀଙ୍କ ଯୋଗୁଁ କରୋନା ବ୍ୟାପୁଥିବାର ଅଭିଯୋଗ କରୁଥିଲେ ।

ମାର୍ଚ୍ଚ ମାସରେ କରୋନା ବିପଦ ସମୟରେ ମରକଜରେ ନିୟମ ଉଲ୍ଲଂଘନ କରି ବଡ ସଂଖ୍ୟାରେ ଜମାତୀ ଏକଜୁଟ୍‌‌ ହୋଇଥିଲେ । ଏହି ଜମାତୀମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ବାହାରିଥିଲେ । ଏହାପରେ ମରକଜ ସଞ୍ଚାଳକ ମୌଲାନ୍‌ ସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।  ମାର୍ଚ୍ଚ 13ରୁ 24 ମଧ୍ୟରେ ହୋଇଥିବା ମରକଜରେ ପ୍ରାୟ 16ହଜାରରୁ ଅଧିକ ଲୋକ ସମାବେଶ ହୋଇଥିଲେ ।

ମରକଜ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026
Latest News

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.