Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସମୟରେ ମନେ ପଡ଼ିଲେ ଆୟୁଷ ଡ଼ାକ୍ତର
ଆଜିର ଖବର

କରୋନା ସମୟରେ ମନେ ପଡ଼ିଲେ ଆୟୁଷ ଡ଼ାକ୍ତର

May 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ଆୟୁଷ ଡ଼ାକ୍ତରଙ୍କୁ ଗୋଟିଏ ପଟରେ ଅବହେଳା କରୁଥିବା ସମୟରେ ଅନ୍ୟପଟରେ ଏଲୋପାଥିକ୍‌ ଡ଼ାକ୍ତରଙ୍କ ପ୍ରତି ଅହେତୁକ ଅନୁକମ୍ପା ସମ୍ମାନ ରାଶି ଦେବାକୁ ନେଇ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତର ଓ ହୋମିଓ ଡ଼ାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ମେ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଡ଼ିଭ୍‌-୧୯ର ମୁକାବିଲା ନିମନ୍ତେ ଆୟୁଷ ଡ଼ାକ୍ତର ୨୬୭ ଜଣଙ୍କୁ ରାଜ୍ୟ ସରକାର ଜିଲ୍ଲା ଗୁଡ଼ିକରେ ନିଯୁକ୍ତି ଦେବେ। ବୟସ ସୀମା ୫୦ ବର୍ଷ, ଦୈନିକ ଭତ୍ତା ୨୨୦୦ ଟଙ୍କା ଓ ଚାକିରି ଅବଧି ମାତ୍ର ୩ ମାସ। ଏହି ବିଜ୍ଞପ୍ତି ପରେ ବର୍ଷ ବର୍ଷ ଧରି ନିଯୁକ୍ତି ପାଇନଥିବା ଡ଼ାକ୍ତରଙ୍କୁ ଏକ ପ୍ରକାର ଉପହାସ ସଦୃଶ। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରଙ୍କୁ ନିନ୍ଦା କରିଛନ୍ତି ଅନେକ।

୧୦ ହଜାରରୁ ଉର୍ଦ୍ଧ୍ୱ ବିଏଏମ୍‌ଏସ୍ ଓ ବିଏଚ୍‌ଏମ୍‌ଏସ୍ ଡ଼ାକ୍ତର ନିଯୁକ୍ତି ନପାଇ ବେକାର। ସେମାନଙ୍କ ଭବିଷ୍ୟତ ଓ ସ୍ୱାର୍ଥକୁ ସରକାର ଆଖି ବୁଜି ଦେଇଛନ୍ତି। ତାଙ୍କୁ ଯେମିତି ଉଚିତ ନ୍ୟାୟ ଦେବାରେ ରାଜ୍ୟ ସରକାର ସମର୍ଥ ନଥିଲାବେଳେ କରୋନାର ମୁକାବିଲା ପାଇଁ ବିଏଏମ୍‌ଏସର ୧୩୦ ଏବଂ ବିଏଚ୍‌ଏମ୍‌ଏସର ୧୩୭ ଡ଼ାକ୍ତରଙ୍କୁ ନିଯୁକ୍ତି ଘୋଷଣା କରାଯାଇଛି । ଜିଲ୍ଲାଗୁଡ଼ିକରେ ନଯୁକ୍ତି ପାଇଁ ଆଜି ଆବେଦନ କରିବାର ଅନ୍ତିମ ଦିନ।

ଏ ବିଷୟରେ ଆମ ପ୍ରତିନିଧି ଆୟୁର୍ବେଦ ଗବେଷକ ବରିଷ୍ଠ ଆୟୁର୍ବେଦ ବିଶାରଦ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀଙ୍କ ସହ ଆଲୋଚନା କରି ସାକ୍ଷାତକାର ନେବା ସମୟରେ ସେ ଯେଉଁ କଥାଗୁଡ଼ିକ କହିଲେ ସେଥିରେ ରାଜ୍ୟ ସରକାର ଚେତିବା ମଧ୍ୟ ଆବଶ୍ୟକ। ଓଡ଼ିଶାର ଗଂଜାମ ଜିଲ୍ଲାରେ ଆୟୁଷ ଡ଼ାକ୍ତର ଅଧିକ ସଂଖ୍ୟାରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ୧୧ ଆୟେୁର୍ବେଦ, ୧୧ ହୋମିଓ ଡ଼ାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଜ୍ଞପ୍ତି ପ୍ରକାଶରେ ଉଲ୍ଲେଖ କରିଛନ୍ତି। ୩ ମାସିଆ ନିଯୁକ୍ତି ଦୈନିକ ୨୨୦୦ ଟଙ୍କା ଅର୍ଥରାଶିର ପ୍ରଲୋଭନ ନା ଏକ ପ୍ରକାର ପ୍ରତାରଣା ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୫୦୦ରୁ ଉର୍ଦ୍ଧ୍ୱ ଆୟୁଷ ଡ଼ାକ୍ତର ଓ ଆର୍‌ଏସ୍‌ବିକେରେ କାମ କରୁଥିବା ବେଳେ ସେମାନଙ୍କୁ ଦିଆଯାଉଥିବା ଦରମା ଲଜ୍ଜାଜନକ। ନିଯୁକ୍ତି ପାଇଥିବା ଆୟୁଷ ଡ଼ାକ୍ତର ପ୍ରତାରିତ ହୋଇ ମାତ୍ର ୨୦-୨୫ ହଜାର ଟଙ୍କା ପାଇ ନିଜ ପରିବାର ପ୍ରତିପୋଷଣ କରିବା କ’ଣ ସହଜ ? ଏବଂ ଜରୁରୀକାଳୀନ ପରିସ୍ଥିତି ଆୟୁଷ ଡ଼ାକ୍ତର ନିଯୁକ୍ତି ଚିନ୍ତା ସରକାରଙ୍କ ବିଧି ବ୍ୟବସ୍ଥାର ଦୁର୍ବଳ ନୀତିର ପ୍ରମାଣ। ଆୟୁଷ ଡ଼ାକ୍ତର ନିଯୁକ୍ତିରେ କୌଣସି ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ ହୋଇନାହିଁ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ମାଧ୍ୟମରେ ଆୟୁଷ ଡ଼ାକ୍ତର ଚୟନ ହେତୁ ନିଯୁକ୍ତି ପାଇଥିବା ଡ଼ାକ୍ତରଙ୍କୁ ରେଗୁଲାର କରାଯିବାରେ ମଧ୍ୟ ବାଧା ଉପୁଜିଛି। ଡା. ସାଗର ତ୍ରିପାଠୀ ଏବଂ ତାଙ୍କ ପରି ପ୍ରତିଭାବାନ ଡ଼ାକ୍ତର ନିଯୁକ୍ତିରୁ ବଂଚିତ ହୋଇଛନ୍ତି କେବଳ ରାଜ୍ୟ ସରକାରଙ୍କ ଦୁର୍ବଳ ସ୍ୱାସ୍ଥ୍ୟନୀତି ଯୋଗୁଁ।

ତେବେ କରୋନା ବିପତ୍ତି ସମୟରେ ଆମକୁ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇ ଡ଼ାକିବାର ଅର୍ଥ କୋଭିଡ୍‌ ଯୁଦ୍ଧରେ ଯୋଦ୍ଧା ଭାବରେ ନୁହେଁ ବରଂ ୨୨୦୦ ଟଙ୍କା ପ୍ରଲୋଭନ ଦେଖାଇ ଆମକୁ ଆମ ପରିବାରକୁ ବିପଦ ମୁହଁକୁ ଠେଲିଦେବେ। ଏହା କେତେଦୂର ଯଥାର୍ଥ। ସୂଚନା ଯୋଗ୍ୟ ଯେ ଡା. ସାଗର ତ୍ରିପାଠୀ ୨୦୦୬ରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଯୋଗୁଁ ସେ ସମୟରେ ଏକହଜାର ଡ଼ାକ୍ତରଙ୍କୁ ନିଯୁକ୍ତି ପାଇଁ ତତ୍‌କାଳ ବାଟ ଫିଟିଥିଲା। ଆୟୁଷ ଡ଼ାକ୍ତର ଚୟନରେ କେତେବେଳେ କେଉଁ ନୀତି ଆଧାରରେ ନିଯୁକ୍ତି ଦିଆଗଲା ତାହା ମଧ୍ୟ ସମନ୍ୱୟର ଅଭାବ ରହିଥିଲା। ଆଜି ଯେଉଁମାନେ ଆୟୁଷ ଡ଼ାକ୍ତର ନିଯୁକ୍ତି ପାଇଛନ୍ତି ସେମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର। ଏପରି ଜରୁରୀ ପରିସ୍ଥିତିରେ ଆୟୁଷ ଡ଼ାକ୍ତର ନିଯୁକ୍ତି ପାଇଁ ମାତ୍ର ୨୬୭ ଆବେଦନ ପତ୍ର ଏକ ପଦବୀର କି ପ୍ରକାର ନ୍ୟାୟ ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ କରୁଛନ୍ତି। ମାତ୍ର ସୀମିତ ଦରମାରେ ଖଟୁଥିବା ଆୟୁଷ ଡ଼ାକ୍ତରଙ୍କ ଭବିଷ୍ୟତ ସୁରକ୍ଷିତ କରିପାରିନଥିବା ରାଜ୍ୟ ସରକାର କୋଭିଡ଼-୧୯ ମୁହଁରେ ୨୬୭ ଆୟୁଷ ଡ଼ାକ୍ତରଙ୍କୁ ଠେଲି ଦେବାର ପରିକଳ୍ପନା ନିଶ୍ଚୟ ଯେ କୌଣସି ଡ଼ାକ୍ତରଙ୍କ ମୁହଁରେ ହସ ଛଡ଼େଇ ନେବ।

ଡ଼ାକ୍ତର ଅଭାବ ଯଦି ରହିଛି ସରକାର ଅନୁଭବ କରୁଛନ୍ତି ୧୦ ହଜାରରୁ ଉର୍ଦ୍ଧ୍ୱ ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍ ଡ଼ିଗ୍ରୀଧାରୀଙ୍କୁ ସମ୍ମାନ ଜଣାଇ ତୁରନ୍ତ ନିଯୁକ୍ତି ଦେଲେ ଭବିଷ୍ୟତରେ ଏଇ ଆୟୁଷ ଡ଼ାକ୍ତର ବରଦାନ ହେବେ ବୋଲି ଡା. ତ୍ରିପାଠୀ କହିଛନ୍ତି। ଅନେକ ସମୟରେ ବହୁ ମୂଲ୍ୟ ପରାମର୍ଶ ଦେଇ ଆସୁଥିବା ଡା. ତ୍ରିପାଠୀ କହିଛନ୍ତି ଏଲୋପ୍ୟାଥିକ ଡ଼ାକ୍ତରଙ୍କ ଆଗରେ ଆୟୁଷ ଡ଼ାକ୍ତରଙ୍କ ମର୍ଯ୍ୟଦାହାନୀ କରୁଥିବା ସରକାର ଯେଉଁ ପ୍ରଲୋଭନ ଦେଖାଇ କୋଭିଡ଼ ମୁକାବିଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଆମ ପାଇ କଟା ଘା’ରେ ଚୂନ। ଏଇ ରାଜ୍ୟରେ ଡ଼ାକ୍ତର ତିନିବର୍ଗର (ଆୟୁର୍ବେଦ, ହୋମିଓ ଓ ଏଲେପ୍ୟାଥିକ) ମଧ୍ୟରେ ବ୍ୟବଧାନ ବହୁତ ଏବଂ ସରକାରଙ୍କ ନୀତି ପକ୍ଷପାତର ପ୍ରମାଣ, ଏହା ଗ୍ରହଣୀୟ ନୁହେଁ।

Aayush
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.