ଗୁଗୁଲ୍‌ର ନୂଆ ‘ବୋଲୋ’ ଆପ୍‌

Published: Mar 6, 2019, 4:49 pm IST
google brings bolo aap in india for children learn and speak hindi and english

ଗୁଗୁଲ୍‌ ନୂଆ ଆପ୍‌ ’ବୋଲୋ’ ଲଞ୍ଚ କରିଛି । ପ୍ରାଥମିକ ସମୟରେ ଏହା ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖିବାରେ ସାହାଯ୍ୟ କରିବ । ଏହି ଆପ୍‌ ଭଏସ୍‌ ଓ ଟେକ୍ସଟ ଟୁ ସ୍ପିଚ୍‌ ଉପରେ ଆଧାରିତ । ଏହାକୁ ସର୍ବପ୍ରଥମେ ଭାରତରେ ଲଞ୍ଚ କରାଯାଇଛି । ଏହି ଆପ୍‌ ଦ୍ବାରା ଶିଶୁମାନେ ଅତି ସହଜରେ ଇଂରାଜୀ ଶିଖିପାରିବେ । ଯେଉଁ ଶିଶୁମାନଙ୍କୁ ଉଚ୍ଚାରଣ କରିବାରେ ଟିକେ କଷ୍ଟ ହେଉଛି, ତାଙ୍କୁ ଏହା ସାହାଯ୍ୟ କରିବ । ଏହା ଅଫ୍‌ଲାଇନ୍‌ରେ ମଧ୍ୟ କାମ କରିବ । ଏଥିପାଇଁ କିନ୍ତୁ ୫୦ ଏମ୍‌ବିର ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ । ଏହା ପ୍ଲେଷ୍ଟୋର୍‌ରେ ନିଶୁଳ୍କ୍ ଉପଲବ୍ଧ । ଏହା ଏଣ୍ଡ୍ରୋୟେଡ୍‌ (୪.୪) କିଟ୍‌କେଟ୍‌ ତଥା ଏହା ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ । ଏଥିରେ ବଙ୍ଗାଳୀ ପରି ଅନ୍ୟାନ୍ୟ ପ୍ରାଦେଶିକ ଭାଷାକୁ ମଧ୍ୟ ସାମିଲ୍‌ କରାଯିବାକୁ ଯୋଜନା ରହିଛି ।

Related posts