କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌

Published: May 9, 2020, 2:58 pm IST

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି ।

ଗାଇଡ୍‌ଲାଇନ୍‌ : 

1. ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ
2. ଲଗାତାର 4 ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ
3. ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ ।
4. ମଧ୍ୟମ ଧରଣର ଲକ୍ଷଣ ଥିଲେ 7 ଦିନ ଯାଏଁ ମନିଟରିଂ
5. 3 ଦିନ ଯାଏଁ ଜ୍ୱର ଓ 4 ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ
6. ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ
7. ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ
8. ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପ୍ରତିଦିନ ତାପମାତ୍ରା ମନିଟରିଂ ହେବ
9. 10 ଦିନ ଧରି ଲକ୍ଷଣ ଦେଖାନଗଲେ ଡିସଚାର୍ଜ
10. ଡିସଚାର୍ଜ ପରେ 7 ଦିନ ଯାଏଁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ
11. ଡିସଚାର୍ଜ ପରେ ଲକ୍ଷଣ ଦେଖାଦେଲେ, କୋଭିଡ କେୟାର ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Related posts