ଚୌକିଦାରର ଚୋରି ଏବେ ସର୍ବସମ୍ମୁଖରେ : ରଣଦୀପ୍‌ ସୁରେଜଓ୍ବାଲା

Published: Mar 6, 2019, 6:04 pm IST
choukidar has discloused on rafale deal today

ରାଫେଲ୍‌ ଡିଲ୍‌ ଦସ୍ତାବିଜ୍‌ ଚୋରୀ ହେବା ଘଟଣାକୁ ନେଇ କେନ୍ଦ୍ରକୁ ପୁଣି ଘେରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ତରଫରୁ ରଣଦୀପ୍‌ ସୁରେଜଓ୍ବାଲା ସରକାରଙ୍କୁ ରାଫେଲ୍‌ ଦୁର୍ନୀତିରେ ଘେରିବା ସହିତ କହିଛନ୍ତି ଯେ, ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଯାଇଛି । ଚୌକିଦାରର ଚୋରି ସର୍ବସମ୍ମୁଖରେ ଧରାପଡିଛି । ଆଜି ରାଫେଲ୍‌ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣୀ ଥିବାବେଳେ ଏହା ଉପରେ ଏଜି ବେଣୁଗୋପାଳ ରାଫେଲ୍‌ ଡିଲ୍‌ ସମ୍ପର୍କିତ ତଥ୍ୟ ଚୋରି ହୋଇଥିବାର କହିଛନ୍ତି । ଏହାକୁ ନେଇ କଂଗ୍ରେସ ମୋଦିଙ୍କୁ ସିଧା ଟାର୍ଗେଟ୍‌ କରିଛି । ରଣଦୀପ୍‌ ସୁରଜେଓ୍ବାଲା କହିଛନ୍ତି – ଏବେ ପୂରା ନିଶ୍ଚୟ ହୋଇଗଲା ଯେ, ନରେନ୍ଦ୍ର ମୋଦି ଦେଶ ଓ ସଂସଦକୁ କଞ୍ଚା ମିଛ କହି ଅନ୍ଧାରରେ ରଖିଛନ୍ତି । ରାଫେଲ୍‌ ଡିଲ୍‌ରେ ଭ୍ରଷ୍ଟାଚାର  ହୋଇଛି ଏବଂ ଏହା ସର୍ବସମ୍ମୁଖରେ ରହିଛି । ମୋଦି ସରକାରଙ୍କ ଦ୍ବାରା କିଣା ଯାଇଥିବା ୩୬ ରାଫେଲ୍‌ ଜାହାଜର ମୂଲ୍ୟ ୟୁପିଏ ଦ୍ବାରା କରାଯାଇଥିବା ୧୨୬ ରାଫେଲ୍‌ ଜାହାଜଠାରୁ ବହୁ ଅଧିକ । ଦେଶକୁ ଅନ୍ଧାରରେ ରଖି ଦେଶର ଅର୍ଥକୁ ତୋଷରପାତ କରିଛନ୍ତି । ରାଫେଲ୍‌ ଡିଲ୍‌ ଉପରେ ପୁର୍ନବିଚାର ଯାଚିକା ଉପରେ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣୀ କରିଥିବାବେଳେ ଏହାର ଆଗାମୀ ଶୁଣାଣୀ ୧୪ ମାର୍ଚ୍ଚକୁ ରଖିଛନ୍ତି ।

Related posts