ଗତ 24 ଘଣ୍ଟାରେ 128 ଜଣଙ୍କର ମୃତ୍ୟୁ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା 62 ହଜାର ଡେଇଁଲା

Published: May 10, 2020, 10:54 am IST

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍‌ ସତ୍ତ୍ବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମିଳିଥିବା ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3277ଟି ନୂତନ ମାମଲା ସାମ୍ନାକୁ ଆସିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 62 ହଜାର 939ରେ ପହଞ୍ଚିଥିବାବେଳେ 2109ଜଣଙ୍କ ମୃତ୍ୟୁ ହୋଇଛି । 19 ହଜାର 358ଜଣ ସୁସ୍ଥ ହୋଇଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

ଦେଶରେ ସର୍ବାଧିକ ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 472, ଦିଲ୍ଲୀରେ 68, ତାମିଲନାଡୁରେ 44, ରାଜସ୍ଥାନରେ 107, ମଧ୍ୟପ୍ରଦେଶରେ 211, ଉତ୍ତରପ୍ରଦେଶରେ 74, ଆନ୍ଧ୍ରପ୍ରଦେଶରେ 44, ପଶ୍ଚିମବଙ୍ଗରେ 171, ପଞ୍ଜାବରେ 31, ତେଲେଙ୍ଗାନାରେ 30, ଜମ୍ମୁକାଶ୍ମୀର 9, କର୍ଣ୍ଣାଟକରେ 30, ହରିୟାଣାରେ 9, ବିହାରରେ 5, କେରଳରେ 4, ଓଡ଼ିଶାରେ 3, ଚଣ୍ଡୀଗଡରେ 2, ଝାଡଖଣ୍ଡରେ 3, ଉତ୍ତରାଖଣ୍ଡରେ 1, ଆସାମରେ 1, ହିମାଚଳ ପ୍ରଦେଶରେ 3ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts