Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିଲା ହୋମ୍‌ ଆଇସୋଲେସନ୍‌ ଗାଇଡଲାଇନ୍‌
ଆଜିର ଖବର

ବଦଳିଲା ହୋମ୍‌ ଆଇସୋଲେସନ୍‌ ଗାଇଡଲାଇନ୍‌

May 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଶରୀରରେ  କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନଥିବାବେଳେ କିଛି ରୋଗୀଙ୍କ ଶରୀରରେ ବହୁତ କମ୍‌ ଲକ୍ଷଣ ଦେଖାଯାଉଛି। ସ୍ବୂଳ୍ପ ଲକ୍ଷଣ ଥିବା ଲୋକଙ୍କୁ କେନ୍ଦ୍ର ସରକାର ହୋମ ଆଇସୋଲେସନରେ ରହିବାକୁ ଅନୁମତି ଦେଇଛନ୍ତି। ତେବେ ହୋମ୍ ଆଇସୋଲେସନ୍‌ରେ ରହିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସରେ କିଛି ସଂଶୋଧନ ଅଣାଯାଇଛି।

ଜଣେ ବ୍ୟକ୍ତିଙ୍କୁ 17 ଦିନ ଯାଏ ହୋମ ଆଇସୋଲେସନରେ ରହିବାକୁ ପଡିବ। ସେହିପରି ରୋଗୀକୁ ସର୍ବଦା ଟ୍ରିପଲ୍‌ ଲେୟାର ମାସ୍କ ପିନ୍ଧିବାକୁ ପଡିବ ବୋଲି କୁହାଯାଇଛି । ପ୍ରତି 8 ଘଣ୍ଟାରେ ମାସ୍କ ବଦଳାଇବାକୁ ପଡିବ। ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ସହ ଏହା ସବୁବେଳେ ଆକ୍ଟିଭ୍‌ ରହିବ ବୋଲି କୁହାଯାଇଛି। ସଂପୃକ୍ତ ବ୍ୟକ୍ତି ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ରହିବେ ଓ ଏ ସଂପର୍କରେ ଡିଷ୍ଟ୍ରିକ୍ଟ ସର୍ଭେଇଲାନ୍ସ ଅଫିସରଙ୍କ ସହ ଯୋଗାଯୋଗରେ ରହିବେ।

ରୋଗୀ ବ୍ୟବହାର କରୁଥିବା ରୁମ୍‌କୁ କେହି ପ୍ରବେଶ କରିବେ ନାହିଁ। ସେହିପରି ରୋଗୀ ବ୍ୟବହାର କରୁଥିବା ଟେବୁଲ୍‌, କବାଟର ହ୍ୟାଣ୍ଡେଲ୍‌ ଓ ଅନ୍ୟ ଜିନିଷକୁ ନିୟମିତ ସଫା କରାଯିବ। ରୋଗୀ ନିଜ ଅବସ୍ଥା ସମ୍ପର୍କରେ ନିୟମିତ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ତଥ୍ୟ ପ୍ରଦାନ କରିବେ।

ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ମେଡିକାଲ ଅଫିସରଙ୍କ ଦ୍ୱାରା ଲକ୍ଷଣ ନ ଥିବା ପ୍ରମାଣିତ ହେବା ବାଧ୍ୟତାମୂଳକ କରାଯାଇଛି। ସେହିପରି କରୋନା ଲକ୍ଷଣ ନାହିଁ ବୋଲି ଡାକ୍ତର କିମ୍ବା ଚିକିତ୍ସକଙ୍କ ଦ୍ୱାରା ପ୍ରମାଣିତ ହେଲା ପରେ ସଂପୃକ୍ତ ବ୍ୟକ୍ତି କ୍ୱାରେଣ୍ଟିନ ସେଣ୍ଟର ବା କୋଭିଡ୍ କେୟାର ସେଣ୍ଟରରୁ ବାହାରି ନିଜ ଘରେ କ୍ୱାରେଣ୍ଟିନରେ ରହିପାରିବେ।

ହୋମ୍ କ୍ୱାରେଣ୍ଟିନରେ ରହୁଥିବା ବ୍ୟକ୍ତିଙ୍କ ସେବା କରୁଥିବା ଲୋକ ଓ ପରିବାର ଲୋକେ ପ୍ରୋଟକଲ ବା ମେଡିକାଲ ଅଫିସରଙ୍କ ପରାମର୍ଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଟାବଲେଟ୍ ଖାଇବେ। ନମୁନା ସଂଗ୍ରହର ୧୭ ଦିନ ଓ ୧୦ ଦିନ ଧରି ଜ୍ୱର ନ ହେଲେ ହୋମ୍ ଆଇସୋଲେସନରୁ ସଂପୃକ୍ତ ବ୍ୟକ୍ତି ବାହାରି ପାରିବେ। ହୋମ୍ ଆଇସୋଲେସନରୁ ବାହାରିଥିବା ଲୋକଙ୍କର ଆଉ ନମୁନା ପରୀକ୍ଷା କରିବା ଦରକାର ନାହିଁ।

guidline
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.