ଭୁବନେଶ୍ବର : ଆଜିଠୁ ପ୍ରଥମ ପର୍ଯ୍ୟାୟ ରେଳ ସେବା ଆରମ୍ଭ ହେଉଛି । ଲକ୍ ଡାଉନ୍ ଯୋଗୁଁ ଫସି ରହିଥିବା ଲୋକେ ନିଜ ନିଜ ରାଜ୍ୟକୁ ଯାଇପାରିବେ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍ । ସେହିପରି ଆସନ୍ତା କାଲିଠାରୁ ଭୁବନେଶ୍ବରରୁ ଦିଲ୍ଲୀକୁ ଟ୍ରେନ୍ ଗଡିବ । ପାସେଞ୍ଜର ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଜି ସନ୍ଧ୍ୟା ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଯେଉଁମାନେ ଟ୍ରେନ୍ରେ ଆସିବେ ସେମାନେ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ ହେବେ। ଟ୍ରେନ୍ ଯୋଗେ ପ୍ରାୟ ଭିଆଇପି ମାନେ ଆସୁଛନ୍ତି, ସେମାନେ ନିଜ ସୁବିଧାରେ ଯିବେ । ଯେଉଁମାନେ ଯାଇପାରିବେନି ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିବେ। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲେକେ ପଞ୍ଜୀକରଣ କରିବାକୁ ବାଧ୍ୟ । ଯଦି ପଞ୍ଜୀକରଣ କରିନଥିବେ ତେବେ ସେମାନେ ଏଠାରେ ପଞ୍ଜୀକରଣ କରିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।