Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ଅଟକ
ଆଜିର ଖବର

ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ଅଟକ

May 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ପୂର୍ବରୁ ଅନେକ ଆକ୍ରମଣ ଘଟିଛି । ଏପରିକି ଏକ ହତ୍ୟା କାଣ୍ଡ ମଧ୍ୟ ହୋଇଥିବାର ନଜିର ରହିଛି । ଯାହାଫଳରେ ଉକ୍ତ ଅଂଚଳ ସବୁବେଳେ ଅଶାନ୍ତ ବାତାବରଣ ଦେଖାଦେଇଥାଏ । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।

ବଶିଷ୍ଠ ଜେନା, ବାବୁଲା ଜେନା, ଟୁନା ସେଠି, ଟୁଲୁ ଜେନା, ପ୍ରଭାକର ଜେନା, ଭିକାରି ଜେନା, ସଙ୍ଘବଦ୍ଧ ଭାବରେ କାତି, ଲୁହାଛଡ଼ ଓ ଟାଙ୍ଗିଆରେ ମରଣନ୍ତକ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ, 5 ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ 2017ରେ ଜାମିନରେ ଆସିବା ପରେ ତାଙ୍କ ମଝିଆଁ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ । ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଏହି ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂର୍ଣ୍ଣଙ୍କ ପରିବାର ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 131/2020ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି । ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

attack
Share. Facebook Twitter LinkedIn Email WhatsApp Copy Link

Related Posts

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Latest News

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.