କଟକରୁ ଭୁବନେଶ୍ବର ଗଡିଲା ବସ୍‌

Published: May 13, 2020, 9:30 am IST

ଭୁବନେଶ୍ବର : କଟକରୁ ଭୁବେନଶ୍ବର ଗଡିଲା ଓଏସ୍‌ଆର୍‌ଟିସିର ଗୋଟିଏ ବସ୍‌। ସିଡିଏ-9 ଛକରୁ ବାହାରି  ସତୀଚୌରା ବାଦାମବାଡି ଦେଇ ବସ୍‌ଟି ଗଡିଛି । ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ 9 ତାଲାରେ ବସ୍‌ଟି ଲାଗିବ । ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍‌ ଚାଲିଛି। ଗତକାଲି ଏହି ବସ୍‌ ଚାଲିବା ନେଇ ସୂଚନା ରହିଥିଲା । ଏହି ବସ୍‌ର ଭଡା 30 ଟଙ୍କା ରହିଛି। ବସ୍‌ଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି । ଅପରାହ୍ନ 5ଟା15ରେ ଭୁବନେଶ୍ବରରୁ ବାହାରି ଏହି ବସଟି କଟକ ଫେରିବ ।

Related posts