ଖୋଲିଲା ବାପୁଜୀ ନଗର : 50 ଦୋକାନକୁ ବିଏମ୍‌ସିର ସର୍ତ୍ତମୂଳକ ଅନୁମତି

Published: May 14, 2020, 7:22 pm IST

ଭୁବନେଶ୍ବର : ସିଲ୍‌ ହୋଇଥିବା ବାପୁଜୀ ନଗର ପୁଣି ଥରେ ଖୋଲିଛି । ତେବେ ସମ୍ପୂର୍ଣ୍ଣ ଭାବରେ ନୁହେଁ । ମାତ୍ର 50ଟି ଦୋକାନ ଖୋଲିବାକୁ ବିଏମ୍‌ସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । 50 ଟି ଦୋକାନକୁ ଅନୁମତି ଦିଆଯିବା ସହିତ ବଜାର ଭିତରକୁ କେହି ଗାଡି ନେଇ ଯାଇପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାମାଜିକ ଦୂରତ୍ବର ଉଲ୍ଲଂଘନ କାରଣରୁ ବାପୁଜୀ ନଗରକୁ ସିଲ୍‌ କରିଥିଲା ବିଏମ୍‌ସି ।

Related posts