ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, 10 ମୃତ

Published: May 14, 2020, 11:51 pm IST

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପ୍ରକଶମ ଜିଲ୍ଲାର ନଗୁଲୁପଡ୍ଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାର ଏକ ବିଦ୍ୟୁତ ଖୁଣ୍ଟରେ ଟ୍ରାକ୍ଟରଟି ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ସମେତ 10 ଜଣ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଜଣେ ମୃତ୍ୟୁବରଣ କରିଛନ୍ତି। । ଟ୍ରାକ୍ଟରଟିରେ ମୋଟ 30 ଜଣ ଲୋକ ଥିଲେ । ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକଟ କରିବା ସହିତ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଲକ୍‌ ଡାଉନ୍‌ ସମୟରେ ଶ୍ରମିକମାନେ ପ୍ରାୟ ଦୁର୍ଘଟଣା ଶିକାର ହେଉଥିବାର ଜଣାପଡୁଛି । ଗତକାଲି ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ତିନୋଟି ପୃଥକ ପୃଥକ ଦୁର୍ଘଟଣାରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ 6 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରରେ ଦୁଇ ଜଣ ଓ ମଧ୍ୟପ୍ରଦଶରେ 8ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି ।  (ଏଜେନ୍ସି)

Related posts