Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ବବ୍ୟାଙ୍କ ଦେବ 1 ବିଲିୟନ ଡଲାର
ଆଜିର ଖବର

କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ବବ୍ୟାଙ୍କ ଦେବ 1 ବିଲିୟନ ଡଲାର

May 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଏକ ବିଲିୟନ ଡଲାର ପ୍ୟାକେଜର ଘୋଷଣା କରାଯାଇଛି। ସାମାଜିକ ନିରାପତ୍ତା ପ୍ୟାକେ୍ଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ।

ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ  ଏହି ପ୍ୟାକେଜ୍‌ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ ଗରିବଙ୍କ ସାମାଜିକ ସୁରକ୍ଷାକୁ ସମତୁଲ କରିବାରେ ସହାୟକ ହେବ। ଏହି 100 କୋଟି ଡଲାର ସରକାର ପ୍ରଚଳିତ କରିଥିବା ଯୋଜନାଗୁଡିକୁ ଅଧିକ ସୁନିଶ୍ଚିତ ଏବଂ ସକ୍ରିୟ କରିବ। ଏହି ପ୍ୟାକେଜ୍‌ ବଳରେ ପିଡିଏସ୍‌, ଜନଧନ ଓ ଏମ୍‌ଜି ନରେଗା ଭଳି ଯୋଜନା ଉପରେ ଅଧିକ ଫୋକସ୍‌ କରାଯିବ। କରୋନାସଂକଟ ମଧ୍ୟରେ ଏହି ପ୍ୟାକେଜ୍‌ ଜରିଆରେ ଲୋକଙ୍କୁ ଅଧିକ ପରିମାଣର ନଗଦ ଟଙ୍କା ଓ ଖାଦ୍ୟ ମିଳିପାରିବ। ବିଶେଷକରି ଗରିବଙ୍କ ସୁରକ୍ଷା ପାଇ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି।

ଏହି ପ୍ୟାକେଜ୍‌ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ଓ କୋଭିଡ୍‌-19 ହସ୍ପିଟାଲର ଉନ୍ନତୀକରଣ ଓ ଲ୍ୟାବ୍‌ ପ୍ରସ୍ତୁତ ପାଇଁ ବିନିଯୋଗ କରାଯିବ। ଓ୍ବାର୍ଲ୍ଡ ବ୍ୟାଙ୍କ ପ୍ରଥମେ 25ଟି ବିକାଶଶୀଳ ଦେଶକୁ ପ୍ୟାକେଜ୍‌ ଦେବା ପାଇଁ ପ୍ରସ୍ତାବ କରିଛନ୍ତି।

ଏହାପୂର୍ବରୁ କରୋନା ସହ ଲଢିବା ପାଇଁ ଭାରତକୁ ବ୍ରିକ୍ସ ଦେଶଗୁଡିକର ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରିଥିଲା । ସେହିପରି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଥିଲା । ଏହି ବ୍ୟାଙ୍କ୍ କହିଥିଲା ଯେ, କୋଭିଡ -19ର ପ୍ରସାରକୁ ରୋକିବାରେ ସହାୟତା ମିଳିବ ଏବଂ କରୋନା ଭାଇରସ୍ ମହାମାରୀ ଦ୍ବାରା ହେବାକୁ ଥିବା ମାନବିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ହ୍ରାସ କରିବାରେ ଏହି ଋଣ ଦିଆଯାଉଛି ।

କରୋନା ନିୟନ୍ତ୍ରଣ ପାଇଁ ଭାରତ ସରକାର ଲକ୍‌ଡାଉନ୍‌ କରିଛନ୍ତି। ସରକାର ଏକ ଲକ୍ଷ ସତୁରୀ ହଜାର କୋଟିର ଗରିବ କଲ୍ୟାଣ ପ୍ୟାକେଜ୍‌ର ମଧ୍ୟ ଘୋଷଣା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ 20 ଲକ୍ଷ କୋଟି ପ୍ୟାକେଜ୍‌ର ଘୋଷଣା ମଧ୍ୟ କରିଛନ୍ତି । (ଏଜେନ୍ସି)

india worldbank
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.