Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ଫାଇଭ୍‌ ଟି ସଚିବ ପାଣ୍ଡିଆନ୍‌
ଆଜିର ଖବର

ଗଞ୍ଜାମ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ଫାଇଭ୍‌ ଟି ସଚିବ ପାଣ୍ଡିଆନ୍‌

May 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ଗଞ୍ଜାମ: ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକରେ କରୋନା ସମୀକ୍ଷା କରିଥିବାବେଳେଅପରାହ୍ନରେ କବିସୂର୍ଯ୍ୟନଗର ବ୍ଲକ ରେ ପହଁଞ୍ଚି ନିର୍ବାଚନମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବିଡ଼ିଓ,ତହସିଲଦାର ଓ ସରପଞ୍ଚ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ସଙ୍ଗରୋଧ କେନ୍ଦ୍ର, ଖାଦ୍ୟ,ଚିକିତ୍ସା ଓ ପ୍ରବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ। ଏଥିସହ ସେଣ୍ଟରରେ ରହୁଥିବା ଛୋଟ ଶିଶୁଙ୍କୁ ଖାଦ୍ୟ ଦେବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ।

ସେହିପରି ପ୍ରବାସୀ ଓଡ଼ିଆଙ୍କ ଲାଗି ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ|ପ୍ରବାସୀ ଓଡ଼ିଆଙ୍କ କ୍ୱାରେନଟାଇନ ଅବଧି ସମ୍ପୂର୍ଣ୍ଣ ହେବାପରେ ସେମାନଙ୍କୁ 2ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ। କ୍ବାରେଣ୍ଟାଇନ ସେଣ୍ଟରରେ ପରିଚାଳନା ଗତ ସମସ୍ୟା ଉପରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ କ୍ଷମତାକୁ ସଠିକ ଉପଯୋଗ କରିବା ପାଇଁ କହିଥିଲେ ଫାଇଭ୍‌ ଟି ସଚିବ। ସରକାର ନିୟମ ପାଳନ କରି ଜନସାଧାରଣ ଘରେ ରହୁନ୍ତି ବୋଲି କହିଥିଲେ ଫାଇଭ୍‌ ଟି ସଚିବ।

ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସପି ବ୍ରିଜେଶ ରାୟ ଓ ଅନ୍ୟ ଉଚ୍ଚ ଅଧିକାରୀମାନ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025
Latest News

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.